ତମେ
ତମେ
ପ୍ରେମ ନଦୀ କୂଳେ ଘର କରିଅଛି
ଫୁଲରେ ଅଗଣା ଗଢି
କେଉଁ ଦିନେ ପ୍ରିୟା ଆସିବ ଗୋ ତମେ
ଫୁଲର ସଵାରୀ ଚଢି !
ଜୁଇ ଜାଇ ହେନା ମଲ୍ଲୀ ମାଳତୀରେ
ଘର ମୁଁ ସଜେଇ ଅଛି
କେଉଁ ଦିନେ ପ୍ରିୟା ଆସିବ ଗୋ ତମେ
ତମ ବାଟ ଚାହିଁ ଅଛି !
ରଜନୀଗନ୍ଧାର ଅତର ପକେଇ
ଗଜରାଟେ କରିଅଛି
କେଉଁ ଦିନେ ପ୍ରିୟା ଆସିବ ଗୋ ତମେ
ଦିନ ବାର ଗଣୁଅଛି !
ହାତରେ ମେହେନ୍ଦି ଆଖିରେ କଜ୍ଜ୍ୱଳ
ଦେହେ ପାଟ ଶାଢ଼ୀ ଥିବ
କେଉଁ ଦିନେ ପ୍ରିୟା ଆସିବଗୋ ତମେ
ମୋ ଘର ହସି ଉଠିବ !

