Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJAYA KUMAR MALIK

Tragedy

3  

AJAYA KUMAR MALIK

Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
163


ସମୟ ସହିତ ତାଳ ଦେଇ ତମେ 

ବଦଳି ଚାଲୁଥିଲ

କେତେବେଳେ ମିଛ ବାହାନାରେ

ପାର୍କ ଆଡେ ବୁଲିଯିବା ପାଇଁ

କଲ କରି ଡାକୁଥିଲ !

କଲେଜର ତିନି ବର୍ଷ ପାଠ ପଢା ଭିତରେ

ମୋ ହୃଦୟକୁ ତମେ କାବୁ କରି ନେଇଥିଲ

ମୋ ପ୍ରତ୍ୟେକଟି ଗତିବିଧିକୁ ତମେ

ତନତନ କରି ପରଖୁ ଥିଲ !

ପ୍ରେମର ଗୋଲାପ ବଣରେ ଏମିତି ଭାବେ

ମାଳି ବନେଇ ଦେଇଥିଲ ଯେ

ମୁଁ କେବଳ ପ୍ରେମର ଗୋଲାପକୁ

ଜଗି ରହୁଥିଲି, ଆଉ ତମେ

ଗୋଟିଏ ପରେ ଗୋଟିଏ ସାଥି

ବଦଳେଇ ଚାଲୁଥିଲ !

ପାଠ ପଢା ଶେଷ ବେଳକୁ ଜାଣିଲି ତମେ ଆଉ ଜଣକୁ ନିଜର କରିନେଇଛ

ମୋ ଭଲ ପାଇବାକୁ ପଦାଘାତ କରି

ମୁଁ ଏବେ ବୁଝିଲି ଯେଉଁ ଠିକଣାରେ

ତମ ସହ ଭେଟୁ ଥିଲି

ସେଇଟା ଥିଲା "ଭୁଲ ଠିକଣା "


Rate this content
Log in

Similar oriya poem from Tragedy