ଅନ୍ଧକାର
ଅନ୍ଧକାର
ଜୀବନ ରାସ୍ତା ମୋ "ଅନ୍ଧକାର" ହେଲା
ତମେ ଚାଲିଗଲା ପରେ
ତୁମ ପଥ ଚାହିଁ ଯେତେ ମୁଁ ରହିଲି
ଫେରି ଚାହିଁଲନି ଥରେ !
ଅନ୍ଧାର ଭିତରେ ଛାଡି ଦେଇ ମୋତେ
ଚାଲିଗଲ ନିଜ ପୁର
ଜୁଇ-ଜାଇ-ହେନା-ମଲ୍ଲୀ -ମାଳତୀରେ
ଗଢିବାକୁ ନିଜ ଘର !
ମନ୍ଦିର ବେଢାରେ କଥା ଦେଇଥିଲ
ଛାଡିବନି ହାତ ମୋର
ଯେତେ ବାଧା ଆସୁ ଜୀବନରେ ଆମ
ହେବା ନାହିଁ କେବେ ପର !
ଆଜି କିସ ପାଇଁ ନିର୍ଦ୍ଦୟ ହୋଇକି
ଅନ୍ଧାରରେ ଛାଡି ଦେଲ
ଦୁଃଖ, ଶୋକ ମୋତେ ସବୁ ଦେଇ ଦେଇ
ସୁଖ ସବୁ ନେଇଗଲ !
