STORYMIRROR

AJAYA KUMAR MALIK

Inspirational

3  

AJAYA KUMAR MALIK

Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
172

ସାଧବ ପୁଅମାନଙ୍କର ନୌ -ବାଣିଜ୍ୟ

ସାଧବ ବୋହୂ ମାନଙ୍କର ବୋଇତ ବନ୍ଦାଣ

ସାତ ସମୁଦ୍ର ତେର ନଈ ଡେଇଁ

ବାଣିଜ୍ୟ କରିବାକୁ ଯାଉଥିଲେ

ସାଧବ ପୁଅମାନେ, ସେହି ସ୍ମୃତିକୁ

ମନେ ପକେଇ ଦେଉଛି "କାର୍ତ୍ତିକ ପୂର୍ଣ୍ଣିମା " !

ଅତୀତର ଗୌରବମାନ କୀର୍ତ୍ତି

ଆଜି ବି ଚିର ଉଜ୍ଜୀବିତ

କେବେ ମଳିନ ପଡିଯାଇ ନାହିଁ

ଇତିହାସର ସଫେଦ ପୃଷ୍ଠାରୁ !

ଓଡ଼ିଶାର ସ୍ୱର୍ଣ୍ଣିମ ଯଶ ଆଜିବି

ବଞ୍ଚି ରହିଛି ପ୍ରତ୍ୟେକ ଓଡ଼ିଆମାନଙ୍କ ମନରେ

ହୃଦୟର ନିବୁଜ କୋଠରୀରେ

ପ୍ରଦୀପ ପରି ପ୍ରଜ୍ଜ୍ୱଳିତ କରି !

"କାର୍ତ୍ତିକ ପୂର୍ଣ୍ଣିମା" ଧର୍ମ, ଶାନ୍ତି ଆଉ

ଭାଇଚାରାର ମହାପର୍ବ

ଦୟା କ୍ଷମା ଆଉ ଦାନଧର୍ମର

ସବୁଜ ଅରଣ୍ୟ !



Rate this content
Log in

Similar oriya poem from Inspirational