STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବସୁଧା କରିବ ମସୁଧା

ବସୁଧା କରିବ ମସୁଧା

1 min
12


ଭାବୁଛି ନିତି କ୍ଷଣେ ଅନୁକ୍ଷଣ

 ଅଭାବ ଥାକ ଥାକ ଶବ୍ଦର

ଅନାଟନ ପୁଞ୍ଜ ପୁଞ୍ଜ ପଦର

ଭାବନାଗୁଡ଼ା ଗଜୁରିବା ଉତୁରିବା ଆଗରୁ

 ଗଜା ମରୁଡିରେ 

 ଛଟପଟ ଅହରହ ପ୍ରତିକ୍ଷଣ


ଶୋକର ଜଞ୍ଜିରରେ ଛନ୍ଦା ପ୍ରତିପଳ

କାନ୍ଦିବାକୁ ଇଚ୍ଛା ପ୍ରବଳ

ଲୁହ ଶୁଖିଲାଣି ପରଳ

ଝରି ଯିବାକୁ ବୋହି ଯିବାକୁ

ଦୁଃଖ ସବୁ କୁ ଧୋଇ ଦେବାକୁ

ଅସମର୍ଥ ଅସମ୍ଭାଳ 


ଶ୍ରାବଣ ଆସିଛି ଦେଖାନାହିଁ ବାଦଳ ଫଟା ବର୍ଷାର

କଳା ହାଣ୍ଡିଆ ମେଘ କାହିଁ

ବରକୋଳିଆ ବର୍ଷା ବି କାହିଁ

ଗୁଣ୍ଡି ଝାଡୁଛି ଭୁଇଁ ଜମା ଭିଜୁନି

ବୋଧେ ଅଭିମାନୀନୀ ଶ୍ରାବଣ ସଜନୀ

ଲଘୁଚାପ ଡାକରା ପାଇଁ 

ଅଟକି ବସିଛି କରିବାକୁ ତୁମ୍ଭି ତୁଫାନି

ପଣ କରିଛି ଆଣିବ ମହାବାତ୍ୟା ସଇତାନି


ଟାଙ୍ଗରା ଜଙ୍ଗଲଟା ଲାଗୁଥିଲା ଶ୍ରୀହୀନ

ଲମ୍ବା ଲମ୍ବା ଗଛ ସବୁ ସରିଲେଣି

କଣ୍ଟା ବୁଦାରେ ବେଷ୍ଠିତ ବାଙ୍ଗରା ମଳିନ

ବଣଭୋଜି ପାଇଁ ଦିନେ ଥିଲା ଆକର୍ଷଣ ବିନ୍ଦୁ

ସର୍ପିଳ ଝରଣା ଶୁଖିଲାଣି 

ବାଇଚଢ଼େଇ ଫେରିଗଲେଣି

ନ ପାଇ ଲମ୍ବା ତାଳ ଗଛର ବାହୁଙ୍ଗା

ବସା ବାନ୍ଧିବାକୁ ଯୋଗାଡ଼ ନାହିଁ ମାୟାହୀନ


ସବୁଠି ନାହିଁ ନାହିଁରେ ଜୀବନ ବିଶ୍ୱାସ

ବର୍ଷା ନାହିଁ

ମେଘ ହେଉଛି ଚାଷ ନାହିଁ

ଜଙ୍ଗଲ ନାମକୁ ମାତ୍ର ଅଛି

ପାଦପ ନାହିଁ 

ସବୁଜ ବଳୟ ନାହିଁ

ଶୂନ୍ୟ ସଂସାର ସଂହିତା ଆଶ୍ଵାସହୀନ


ମାଳ ମାଳ ମଣିଷ ମାତ୍ର ସତ୍ ପାତ୍ର ନାହିଁ

ଖୋଜିବା ନିରର୍ଥିକ ଲାଗେ ଅନ୍ୟଠି

ନିଜ ଠାରେ ପ୍ରୟାସ କଲେ

ନିଜ ଦୃଷ୍ଟିକୋଣ ବଦଳେଇ ଦେଲେ

ଅସୁବିଧା କେଉଁଠି 

ବସୁଧା କରିବ ମସୁଧା ଏଇଠି 

ନିଜ ଘର ପରିବେଶ ସୁବିଧା ସବୁଠି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational