STORYMIRROR

AJAYA KUMAR MALIK

Inspirational

3  

AJAYA KUMAR MALIK

Inspirational

ଡ଼ଙ୍ଗା

ଡ଼ଙ୍ଗା

1 min
233


ଡ଼ଙ୍ଗା ପୂଣ୍ୟର ତରଣୀ

ଡ଼ଙ୍ଗା ସହାୟତାର ବନ୍ଧୁ

ଡ଼ଙ୍ଗା ଧିବରର ସାଥି

ଡ଼ଙ୍ଗା ଜଳପଥର ସହଚରି !

ତ୍ରେତେୟା ଯୁଗରେ ରାମଚନ୍ଦ୍ର

ଡ଼ଙ୍ଗା ପାର ହୋଇଥିଲେ

ଦଦରା ନାଵଟି ସୁନା ହୋଇଯାଇଥିଲା

ରାମଙ୍କ ଚରଣ ସ୍ପର୍ଶରେ !

ଡ଼ଙ୍ଗା କେତେବେଳେ ପିଲାମାନଙ୍କ ପାଇଁ

ପାଲଟି ଯାଏ କାଗଜ ଖେଳନା

କେତେବେଳେ ପାଲଟି ଯାଏ

ନୌକା ବିହାରର ମାଧ୍ୟମ ପୁଣି

କେତେବେଳେ ପାଲଟି ଯାଏ

ଯୋଗାଯୋଗର ମାଧ୍ୟମ !

ଡ଼ଙ୍ଗା କେବେବି ଅଭିମାନ କରେନି

ପାପୀ,ତପୀ,ଛୋଟ,ବଡ଼ ସଭିଙ୍କୁ

ଆପଣାର ଭାବି ସ୍ନେହରେ କୋଳେଇ ନିଏ !

ନିଜେ ଦୁଃଖର କମ୍ବଳ ତଳେ ରହି

ଅନ୍ୟକୁ ସାହାଯ୍ୟର ହାତ ବଢାଏ

ଆତ୍ମବଡ଼ିମା ନ'ଦେଖାଇ ନିଜ କର୍ମ କରିଚାଲେ

ମାସ, ମାସ, ବର୍ଷ, ବର୍ଷ ଥଣ୍ଡା

ଆସ୍ତରଣରେ ରହି ଅନ୍ୟର ଉପକାର କରିଥାଏ ।


Rate this content
Log in

Similar oriya poem from Inspirational