ବୋଝ
ବୋଝ
ରାଜୁ ଦାସ ଜଣେ ରିକ୍ସାଚାଳକ
ରିକ୍ସା ବୋହିଲେ ପରିବାର ଚଳେ
ସଂସାର କହିଲେ ପାଞ୍ଚଜଣ ଝିଅ
ଦୁଃଖ କଷ୍ଟ ଜଂଜାଳ ଭିତରେ
ପେଶି ହୋଇଯାଏ ରାଜୁ ଦାସ !
କେଉଁ ଦିନେ ଭଡା ମିଳିଲେ
ହାତକୁ ପଇସା ଆସେ ନ' ହେଲେ ନାହିଁ
ଅଭାବର ଚାରିକାନ୍ଥ ମଧ୍ୟରେ
ଅହରହ ଜଳୁଥାଏ ରାଜୁ ଦାସ !
ପାଞ୍ଚଜଣ ଝିଅଙ୍କ ବୋଝ ତାକୁ
ଅସ୍ତବ୍ୟସ୍ତ କରି ପକାଏ
କାହାକୁ କହିବ ତା ମନର ଦୁଃଖ
କାହାକୁ ଗୁହାରି କରିବ ତା ହୃଦୟର କଷ୍ଟ
ଖାଲି ଚିନ୍ତା ଆଉ ଚିନ୍ତା !
ବଡ଼ ଝିଅ ଲିଜା ଭୋକ ଉପାସରେ ରହି
ପାଠ ପଢିଛି, ବାପାଙ୍କର ଚିନ୍ତାଗ୍ରସ୍ତ
ମୁହଁକୁ ଦେଖି ନିଜ ମନକୁ
ଦୃଢ଼ କରିଛି
ପାଠ ପଢି ଜିଲ୍ଲାପାଳ ଭାବେ
ନିଯୁକ୍ତ ହୋଇଛି ଆଉ ବାପାଙ୍କର
ସଂସାର "ବୋଝ "କୁ ହାଲକା କରିଛି !
