STORYMIRROR

AJAYA KUMAR MALIK

Romance

3  

AJAYA KUMAR MALIK

Romance

ଚିଠି

ଚିଠି

1 min
219

      ପ୍ରିୟା ପଠେଇଛି ପ୍ରେମ ଚିଠି ଟିଏ

           ମନ କଥା ତାର ଲେଖି

       ଯେତେ ପଢିଲେବି ନୂଆ ନୂଆ ଲାଗେ

           ହାତ ଲେଖା ତାର ଦେଖି !

        କେତେ ଭଲପାଏ ଏହି ଦୁନିଆରେ

              ସବୁ ସିଏ ଲେଖିଅଛି

         ହୃଦୟ ଭିତରେ ମନ ମନ୍ଦିରରେ

              ମୋତେ ସିଏ ବସେଇଛି !

         ବରଷା ରାତିରେ ଭିଜୁ ଥିଲୁ ଦିନେ

             ତାହା ମଧ୍ୟ ଲେଖି ଅଛି

          ଧଉଳି ପାହାଡ଼ ବୁଲିଯାଇଥିଲୁ

              ତାହା ମଧ୍ୟ ବଖାଣିଛି

         ଧଳା ରୁମାଲରେ ପ୍ରେମ ଚିତ୍ର ଆଙ୍କି

              ଉପହାର ଦେଇଥିଲା

        ସେ କଥା ବି ତାର ମନେ ପକେଇକି

            ଗୋଟି ଗୋଟି ଲେଖିଦେଲା !

          ଏହିଭଳି ସାଥି କାହାରବା ଅଛି

             ଡିଜିଟାଲ ଦୁନିଆରେ

         ଫୋନ୍କ କୁ ଛାଡି ନୀଳ ଲଫାପାରେ

           " ଚିଠି" ଲେଖେ ନିରନ୍ତରେ ।


Rate this content
Log in

Similar oriya poem from Romance