STORYMIRROR

AJAYA KUMAR MALIK

Classics

3  

AJAYA KUMAR MALIK

Classics

ମାଟିଘର

ମାଟିଘର

1 min
161

କୁଆଁ-କୁଆଁ ରାବ ଦେଇ

ଜନନୀ ଜଠରୁ ଯେଉଁ ଘରେ

ଜନମିଲି ତା ହେଉଛି ମୋ ମାଟିଘର !

ଛୋଟ ଥିଲାବେଳେ ଯେଉଁଠି

ଗୁରୁଣ୍ଡୁ ଥିଲି, ଅଙ୍ଗାର କଳାରେ

ଯା ' ଉପରେ ମନଇଚ୍ଛା ଗାରାଉଥିଲି

ଯାହାର ଧୂଳିକୁ ଅନେକ ବାର

ଖାଇ ଯାଉଥିଲି ତାହା ହେଉଛି

ମୋ ମାଟିଘର !

ଯା ଉପରେ ଅନେକ ଥର

ପାଦରେ ଅତ୍ୟାଚାର କରିଛି

ଯା'ର ଗର୍ଭକୁ ମୁନିଆ କଣ୍ଟାରେ

ଶହଶହ ବାର ଯନ୍ତ୍ରଣା ଦେଇଛି

ତାହା ହେଉଛି ମୋ ମାଟିଘର !

ଛୋଟରୁ ଯେବେ ବଡ଼ ହେଲି

ଯା 'ଛାୟାତଳେ ଖରା ବର୍ଷା ଶୀତ

ଦାଉରୁ ନିଜକୁ ରକ୍ଷା କାଲି

ଝଡ଼ ବର୍ଷାରୁ ନିଜକୁ ସୁରକ୍ଷିତ

କରି ରଖି ପାରିଲି

ତା ହେଉଛି ମୋ "ମାଟିଘର" !



Rate this content
Log in

Similar oriya poem from Classics