STORYMIRROR

AJAYA KUMAR MALIK

Romance

3  

AJAYA KUMAR MALIK

Romance

ବିଜନତା

ବିଜନତା

1 min
169


ପଶ୍ଚିମ ଆକାଶରେ ଡୁବି ଯାଉଥିଲେ ସୂର୍ଯ୍ୟ

ବିହଙ୍ଗମାନେ ନୀଡକୁ ଫେରୁଥିଲେ

ଦିଗବଳୟ ଦେଖା ଯାଉଥିଲା ରକ୍ତିମ ବର୍ଣ୍ଣ

ଧିରେ ଧିରେ ଧରଣୀ ରାଣୀ କଳା ଶାଢ଼ୀରେ

 ଆଭୂଷଣ ହେଉଥିଲା !

ଆକାଶ ବକ୍ଷରେ କେତୋଟି ତାରା ମିଞ୍ଜି ମିଞ୍ଜି କରୁଥିଲେ,

ଦୂର ପାହାଡରୁ ଭାସି ଆସୁଥିଲା ହେମନ୍ତର ଚୋରା ପବନ

ରାତ୍ରିର ଆୟୁଷ ବଢୁଥିଲା ଧୀର ପାଦରେ !

ମୁଁ ବାଲକୋନୀରେ ଏପଟ ସେପଟ ହେଉଥିଲି 

ତମରି ସ୍ମୃତିକୁ ମନେପକେଇ

ଏମିତି ଏକ ବିଜନ ବେଳାରେ

ମନରେ ଉଙ୍କି ମାରିଲା ତମର

ସେ ପୁରୁଣା ସ୍ମୃତି !

ଯେଉଁ ଦିନ ତମର ମୋର ବାରବାଟି ଦୁର୍ଗର

ପଡିଆରେ ଆଳାପ କରୁଥିଲେ,

ସେ ସ୍ମୃତି ଆଜିବି ଏଭଳି "ବିଜନତା "ସୃଷ୍ଟି କରୁଛି ଯାହାକି

ଆଜିଯାଏ ମୁଁ ଭୁଲିପାରୁନି !



Rate this content
Log in

Similar oriya poem from Romance