ଭୋକ
ଭୋକ
ଭୋକ ଅଟେ ବନ୍ଧୁ ଦୁଇଟି ଅକ୍ଷର
ନେପଥ୍ୟରେ ରହିଥାଏ
ବିନା ଅନଳରେ ବିନା ଶବବ୍ଦରେ
ଅନ୍ତରକୁ ଜାଳିଦିଏ !
ଭୋକର ଭୂଗୋଳ ଅତି ଭୟଙ୍କର
ଅଦୃଶ୍ୟରେ ସିଏ ଆସେ
କେତେବେଳେ ସିଏ କାହାକୁ ଗ୍ରାସିବ
ଯାଏ ପୁଣି କାହା ପାଶେ !
ଭୋକର ଚାବୁକ ପ୍ରହାର ଖାଇକି
ଦୁନିଆରେ ଯିଏ ବଞ୍ଚେ
ସେହି ଏକା ଜାଣେ ଭୋକର ଦହନ
କେତେ କଷ୍ଟ ତାକୁ ଲାଗେ !
ଦୁଃଖୀ, ଅସହାୟ ମଣିଷ ଯେତେକ
ଭୋକକୁ ଭଲ ସେ ଚି଼ହ୍ନନ୍ତି
ତାର କାଳରୂପ କେତେ ଭୟଙ୍କର
ସହଜରେ ସିଏ ଜାଣନ୍ତି !
ଭୋକ ବିନା କିଏ ଛୁଆକୁ ବିକଇ
ଆମ୍ବ ଟାକୁଆକୁ ଖାଏ
ଭୋକର ଦାଉରୁ ତ୍ରାହି ପାଇବାକୁ
କିଏ ପୁଣି ପ୍ରାଣ ଦିଏ ।
