STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରୟାଗେ ଚାଲିଛି କୁମ୍ଭ ଯାତରା

ପ୍ରୟାଗେ ଚାଲିଛି କୁମ୍ଭ ଯାତରା

1 min
256



   ଚାଲ ଚାଲ ଭାଇ ମକରା l

  ପ୍ରୟାଗେ ଚାଲିଛି କୁମ୍ଭଯାତରା ll

ପବିତ୍ର ଏ ଯୋଗ ଭାଗ୍ୟଥିଲେ ଭୋଗ 

  ମରତେ ପରବ ଅଟେ ନିଆରା ll 

   ଚାଲ ଚାଲ ଭାଇ ମକରା....

   ସାଧୁ ସନ୍ଥ ଲାଗିଲା ଭିଡ଼ l

   ସଙ୍ଗମରେ ପବିତ୍ର ବୁଡ଼ ll

 ଦେଶ ବିଦେଶରୁ ଛୁଟିଛନ୍ତି ଭକ୍ତେ 

  କୁଆଁସିଆ ପାଗ ନରମ ଖରା ll 

   ଚାଲ ଚାଲ ଭାଇ ମକରା...

    ଗଙ୍ଗା ଯମୁନା ସରସ୍ୱତୀ l

    ସଂଗମରେ ମିଳି ଅଛନ୍ତି ll 

  ସଙ୍ଗମ ଜଳରେ ବୁଡ଼ ପକାଇବା 

  ମୁକତିଧାମ ସେ ମୋକ୍ଷ ପସରା ll 

   ଚାଲ ଚାଲ ଭାଇ ମକରା....

    ପୁରାଣରେ କଥା ବର୍ଣ୍ଣିତ l

   ଦିନେ ମିଳି ଦେବ ଦଇତ୍ୟ ll 

 ମନ୍ଦର ଦଣ୍ଡରେ ସମୁଦ୍ର ମନ୍ଥିଲେ 

  ତହିଁରୁ ଅମୃତ ସମ୍ଭବ ପରା ll

   ଚାଲ ଚାଲ ଭାଇ ମକରା....

  &nb

sp; ରାକ୍ଷସଙ୍କୁ କରି ବଞ୍ଚିତ l

   ବିଷ୍ଣୁ ହରିନେଲେ ଅମୃତ ll 

 ଅସୁରେ ଛଡ଼ାଉଁ ତିନି ବୁନ୍ଦାମୃତ 

 ଧରଣୀରେ ତିନିସ୍ଥାନେ ପଡ଼ିଲା ll 

   ଚାଲ ଚାଲ ଭାଇ ମକରା ...

   ପ୍ରୟାଗରାଜ ହରିଦ୍ଵାରେ l

  ନାସିକ ଓ ଉଜ୍ଜୟୀନୀରେ ll 

ଗୋଦାବରୀ ବୁଡ଼ ସିପ୍ରା ଗଙ୍ଗା ବୁଡ଼ 

 ସଂଗମରେ ସ୍ନାନ ମୁକ୍ତିପସରା ll 

   ଚାଲ ଚାଲ ଭାଇ ମକରା...

    ମିଳିଲେଣି ସାଧୁ ସମାଜ l

    କର ଭାଇ ଗଣ୍ଠିଲି ସଜ ll 

  କୁମ୍ଭରେ ସ୍ନାହାନ, ବଟ ପ୍ରଦକ୍ଷିଣ 

 ଶୀତଳ ଛାଇରେ ନପଡ଼େ ଖରା ll 

   ଚାଲ ଚାଲ ଭାଇ ମକରା...

   ଜୟ ଜୟ ଜୟ ଭାରତୀ l

    ଗଙ୍ଗା ଯମୁନା ସରସ୍ୱତୀ ll 

 ସିପ୍ରା ଗୋଦାବରୀ, ବନ୍ଦଇ ଜନନୀ 

 ଆରତ ଭଞ୍ଜନୀ ଦୁଃଖ ପଶୋରା ll 

    ଚାଲ ଚାଲ ଭାଇ ମକରା....

     


Rate this content
Log in

Similar oriya poem from Inspirational