STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଡାକେ ଜନ୍ମମାଟି

ଡାକେ ଜନ୍ମମାଟି

1 min
317


     

ଡାକେ ଜନ୍ମମାଟି ବୁକୁ ଯାଏ ଫାଟି 

   ବହୁଦୂରେ ବନ୍ଧୁ ବହୁଦୂରେ l

ନିର୍ଭୀକ ସୁଭାଷ ଦେଉଛି ମୁଁ ଡାକ 

  ସୁଦୂର ବର୍ଲ୍ଲିନ ଜର୍ମାନୀରେ ll

ଶତ୍ରୁର ଶତ୍ରୁ ମଣେ ମୁହିଁ ମିତ୍ର ହାତ 

    ମିଳାଇଛି ହିଟଲରେ l

ଅନ୍ତଃ ହୋଇଲା, ଅନ୍ତଃ ହୋଇଲା 

  ଫିରିଙ୍ଗିଶାସନ ଭାରତରେ ll

ଆଜାଦ ହିନ୍ଦ୍ ଫୋଉଜ ତୈୟାର 

 ସୁଦୂର ଟୋକିଓ ରେଙ୍ଗୁନରେ l

ମାଡ଼ିଚାଲ ମାଡ଼ିଚାଲ ଆରେ ବୀର 

  ଭାରତକୁ ନେବା ଦଖଲରେ ll

ଇନକିଲାବ୍ ! ଇନକିଲାବ ! ଦିଲ୍ଲୀ 

   ଚଲୋ ଦିଲ୍ଲୀ

ଚଲୋରେ l

ଜୟହିନ୍ଦ୍ ! ଜୟ ହିନ୍ଦ୍ ! ଜୟ ହିନ୍ଦ୍ !

  ଜୟ ଜୟହିନ୍ଦ୍ ବୋଲରେ ll

ରକ୍ତ ଦିଅ ମୋତେ ରକ୍ତ ଦିଅ ଆଜି 

   ଝଣ୍ଡା ଉଡ଼ୁଛି ଇମ୍ଫାଲରେ l

ଜୟ ମୋ ଭାରତ ଜୟ ମୋ ଭାରତ

  ଜୟ ଭାରତର ଲାଲରେ ll 

ଘନଘନ ଘନ ଗର୍ଜେ କମାଣ ସୁଭାଷ 

    ଆଗେଇ ଚାଲେରେ l

ଆଉ ରହିବାନି, ଭାରତ ଭୁଇଁରେ 

  ଥରିଲା ଶାସନ ଢାଲରେ ll

ଧନ୍ୟ ଧନ୍ୟ ଧନ୍ୟ ନେତାଜୀ ସୁଭାଷ 

 ଧନ୍ୟ ନେତାଙ୍କର ନେତାରେ l

କୋଟିଏ ପ୍ରଣାମ ନେତାଜୀ ସୁଭାଷ 

   କାନ୍ଦଇ ଭାରତ ମାତାରେ ll

     


Rate this content
Log in

Similar oriya poem from Inspirational