ଯାତ୍ରା ମଞ୍ଚରେ ନିୟମ ହେଉଅଶ୍ଳୀଳ ଦୃଶ୍ୟ ଦେଖାନଯାଉ
ଯାତ୍ରା ମଞ୍ଚରେ ନିୟମ ହେଉଅଶ୍ଳୀଳ ଦୃଶ୍ୟ ଦେଖାନଯାଉ


ମନୋରଞ୍ଜନର ମାଧ୍ୟମ ଭିତରୁ
ଏକଇ ଯାତରା ମଞ୍ଚ
ପେଟପଟଣାର ଅର୍ଥେ କଳାକାର
ସେଠି କରିଥାଏ ନାଚ ।
ପୌରାଣିକ ଗାଥା ଅବା ଇତିହାସ
ସମାଜଧର୍ମୀ ନାଟକ
ପରିବେଷଣରେ ଦେଖଣାହାରୀର
ନେତ୍ରରୁ ବହେ ଲୋତକ ।
ମାତ୍ର ଆଧୁନିକ ଗନ୍ଧରେ ଏ ମଞ୍ଚ
ଏବେ ହେଲାଣି ଦୂଷିତ
ଅଶ୍ଳୀଳ ଦୃଶ୍ୟର ଅଗ୍ରାଧିକାରରେ
ଗଲାଣି ଆମ ମହତ ।
ଆଗେ ପୁରୁଷଟେ ଝିଅ ବେଶ ହୋଇ
ମଞ୍ଚେ ଠିଆ ହେଉଥିଲା
ସମୟ କ୍ରମରେ ସବୁ ବଦଳିଲା
ଏବେ ମିଶାମିଶି ହେଲା ।
ପୁରୁଷ ଥିଲେ ବି ରହି ନିଜ ସୀମା
ପ୍ରେମ ପରିଭାଷା ବୁଝି
ଫୁଟାଉଥିଲେ ସେ ନିଜର ଚରିତ୍ର
ଦର୍ଶକ ବି ଥିଲା ମଜ୍ଜି ।
ସବୁ ବିପରୀତ ଦେଖି ଆଜି ନେତ୍ର
ଜୀବନରେ କୁପ୍ରଭାବ
ନ ହୁଅଇ ଦେଖି ପରିବାର ସହ
ସେଠାର ଅଶ୍ଳୀଳ ଭାବ ।
ପିଲାଠାରୁ ବୁଢ଼ା ଦେଖି ସେ ଦୃଶ୍ୟକୁ
ଚିତ୍ତ ଅସଂସଯମ ହେତୁ
କୁମାର୍ଗରେ ପରିଚାଳିତ କରନ୍ତି
ଦ୍ରୁତ ମନଯାନଟିକୁ ।
ଶିକ୍ଷା ଦୀକ୍ଷାର ମୂଲ୍ୟବୋଧ ହଜେ
ସବୁ ଆଜି ବାଟବଣା
ଶିଶୁର ମନ ବି ହୋଇ ପ୍ରଭାବିତ
ଖୋଜଇ ଦୃଶ୍ୟ ଠିକଣା ।
ସମାଜ ସଂସ୍କୃତି ତମସା କୋଳରେ
ଧକେଇ ଧକେଇ କାନ୍ଦେ
ଜ୍ଞାନ ଆଲୋକର ସନ୍ଧାନ ପାଇଁକି
ସୁଚରିତ୍ର ପଡ଼େ ଦ୍ବନ୍ଦ୍ବେ ।
ଏ ଅଶ୍ଳୀଳ ଦୃଶ୍ୟ ନୁହେଁ କି ବାଧକ
ସୁସ୍ଥ ସମାଜ ଗଠନେ
ଯେବେ ରୋକାଯାଇ ନପାରେ ଏହାକୁ
ଅଧୋଗତି ପ୍ରତିକ୍ଷଣେ ।
ଉତ୍ତମ ଶାସକ ଉତ୍ତମ ଶାସନେ
ପ୍ରଜା ଚଳେ ତୋଳି ସୁଖ
ବାତାବରଣଟି ନିର୍ମଳ ପାବନ
ଦେଖାଏ ନବ ଆଲୋକ ।
ଉଚ୍ଛୃଙ୍ଖଳତାକୁ ଯେ ଦିଏ ପ୍ରଶ୍ରୟ
ତା'ର ଦଣ୍ଡର ବିଧାନେ
ସମାଜ ମଙ୍ଗଳ ହୁଅଇ କେବଳ
ସଚେତନତାର ଧ୍ୟାନେ ।
ନାନାଦି ନିୟମ ପାଳଇ ମଣିଷ
ଘରଠୁ ସମାଜ ଦେଶ
ଯାତ୍ରା ମଞ୍ଚରେ ନିୟମ ବି ହେଉ
ହଟୁ ଅଶ୍ଳୀଳତା ଦୃଶ୍ୟ ।