ଶ୍ରାବଣୀ କନ୍ୟା
ଶ୍ରାବଣୀ କନ୍ୟା


ଶ୍ରାବଣୀ କନ୍ୟା
************
ଶ୍ରାବଣୀ କନ୍ୟା ଗୋ ବରଷା ରାଣୀ
ଝରିପଡ ଆକାଶ ରୁ
କେବେ ତୁ ନରମ କେବେ ପୁଣି ଉଗ୍ର
ରୂପ ରେ ବିରାଜ କରୁ।
କେଉଁଠି ତୁ ପୁଣି ଝରଣା ଟି ହୋଇ
କୁଳୁକୁଳୁ ଗୀତ ଗାଉ
ଅଥଚ କେଉଁଠି ନଦୀ ବନ୍ଧ ଭାଙ୍ଗି
ସବୁ ଯେ ଉଜାଡି ଦେଉ।
ଏପରି କାହିଁକି ହେଉଅଛ ବୋଲି
ପଚାରି ଥିଲି ମୁଁ ଦିନେ
ବରଷା ରାଣୀ ଯେ ସପନରେ ଆସି
କହିଥିଲା ମୋର କାନେ।
ବୃକ୍ଷ କୁ କାଟିଲେ ବଣପଦା କରି
ବସାଇଲେ କାରଖାନା
ବଦଳି ଯାଇଛି ଆଜି ପରିବେଶ
ହୋଇ ପୁଣି ଅନାବନା।
ଜଙ୍ଗଲ ରହିଲେ ଝରିବ ବରଷା
ଏ କଥା କି ଜଣାନାହିଁ
କାହିଁକି ଜଳୁଛି ଏ ସୁନ୍ଦର ବିଶ୍ଵ
ବରଷା କୁ ଚାହିଁ ଚାହିଁ।
ବରଷା
ରାଣୀ ଯେ ଆକାଶର ମଧୁ
ଝରଇ ଧରିତ୍ରୀ ପାଇଁ
ବିଶ୍ଵ ପରିବେଶ ସୁରକ୍ଷିତ ହେବ
ବରଷା ଜଳକୁ ନେଇ।
ପାଇବାକୁ ହେଲେ ବରଷା ରାଣୀ କୁ
ବୃକ୍ଷ କୁ ରୋପଣ କର
ଜଳ, ସ୍ଥଳ, ବାୟୁମଣ୍ଡଳ ତିଷ୍ଠିବ
ପାଇ ପୁଣି ସ୍ପର୍ଶ ତା'ର।
ନୀୟତି ନିର୍ଦ୍ଦେଶେ ବରଷା ଝରିବା
ଧର୍ମ ଅଟେ ପ୍ରକୃତିର
ସେହି ନୀୟମକୁ ସମସ୍ତେ ମାନିଲେ
ବିଶ୍ଵ ହେବ ଭାରି ସୁନ୍ଦର ।
ଆସ ଆଜି ଆମେ ସପଥ କରିବା
ଆମ ପରିବେଶ ପାଇଁ
ବୃକ୍ଷ ରୋପଣ କରିବା ସଭିଏଁ
ଦେଖିଲେ ପଡିଆ ଭୂଇଁ।
ଯଥାର୍ଥ ନଥିଲେ ବୃକ୍ଷ କୁ ଛେଦନ
କେବେ ବି କରିବା ନାହିଁ
ବୃକ୍ଷ ହିଁ ଜୀବନ ଅଟଇ ମହାନ୍
ତା ବିନା ତିଷ୍ଠି ବା ନାହିଁ।
ବୃକ୍ଷ ହିଁ ବଞ୍ଚି ଲେ ବରଷା ଆସିବ
ହସିବ ସୁନ୍ଦର ମହି।