STORYMIRROR

Minakumari Tahala

Inspirational

4  

Minakumari Tahala

Inspirational

ପ୍ରଣାମ ଘେନ ଗୁରୁ

ପ୍ରଣାମ ଘେନ ଗୁରୁ

1 min
27


ଗୁରୁ ଦିବସ ଟି ପାଖେଇ ଆସିଲେ 

ମନେ ପଡେ ପିଲା ଦିନ

ଗୁରୁ ଙ୍କ ପୂଜନେ କେତେ ଯେ ଆନନ୍ଦ 

ଅଛି ସେହି ସ୍ମୃତି ମାନ।

ଗୁରୁ ଙ୍କୁ ଦକ୍ଷିଣା ଦେବା ପାଇଁ ପରା

ସାଙ୍ଗ ସାଥି ମେଳ ହୋଇ 

ଘର କୁ ଘର ବୁଲି ଦକ୍ଷିଣା ଦିଅ 

ମାଗୁ ଥିଲୁ ଗୁରୁ ପାଇଁ।

ଚାଉଳ ପଇସା ଯାହା ମିଳୁଥିଲା 

ଗୁରୁ ଙ୍କ ପାଖକୁ ଯାଇ 

ସମର୍ପଣ କରି ମୁଣ୍ଡିଆ ମାରି ଆସୁଥିଲୁ 

ଆର୍ଶୀବାଦ ତାଙ୍କ ନେଇ।

 ସମସ୍ତେ ମିଶି ଗୁରୁ ଙ୍କ ମସ୍ତ କେ 

ଫୁଲ ଚନ୍ଦନ ଲଗାଇ 

ଚରଣ ବିନ୍ଦୁରେ ପୂଜା କରୁଥିଲେ 

ନତ ମସ୍ତକ ହୋଇ ।

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର 

ଏହି ଥିଲା ଆମ ଭକ୍ତି 

ଗୁରୁ ବିନା କେବେ ସଫଳ ହୋଇନି

ଜୀବନ ର ଇଚ୍ଛା ଶକ୍ତି ।

ଗୁରୁ ଯାହା କହନ୍ତି ଗୁରୁ କଥା ମାନି 

ଗୁରୁ ଙ୍କୁ ସମ୍ମାନ ଦେଇ

ନୀତି ବାଣୀ ତାଙ୍କ କେତେ ଯେ ମହତ

ଏ କଥା ଯେ ଭୁଲି ନାହଁ।

ସେହି ଗୁରୁ ଙ୍କ ର ପ୍ରେରଣା ପାଇ 

ଜୀବନ ହୋଇଛି ଧନ୍ୟ 

ଗୁରୁ ଙ୍କ ର ଶିକ୍ଷା ଅଟେ ମହା ଦୀକ୍ଷା 

ପାଳନ ରେ ମହା ପୁଣ୍ୟ।

ଗୁରୁ ଆଜି ପାଶେ ନାହାନ୍ତି କେବଳ 

ଉଛନ ହୁଅଇ ମନ

ଦୂରେ ରହିଅଛ ସେ ପୂଣ୍ୟ ମହାତ୍ମା 

ପ୍ରଣାମ କରୁଛି ଘେନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational