ବର୍ଷା
ବର୍ଷା
ବର୍ଷା ***** ବର୍ଷା ଗୋ ତୁମେ କାହାପାଇଁ ବନ୍ଧ୍ୟା ବରଷି ପାରୁନ ବାରି କେଉଁ ପ୍ରତାରକ ପ୍ରତିଶ୍ରୁତି ଦେଇ କରିଅଛି ହତଶୀରି। ଆଗଭଳି ତୁମେ ଗାଇଯେ ପାରୁନ ମେଘ ମଲ୍ଲାର ର ସ୍ଵର କଳା ବଉଦର ନୀଳ ନୟନରୁ ଝରାଉନ ମଧୁଝର। ଗୁରୁ ଗରଜନ କରୁଅଛ ସୀନା ନୀଳ ଆକାଶ ରେ ରହି। ଶ୍ରାବଣୀ କନ୍ୟା ଗୋ କାହିଁକି କେଜାଣି ମାଟି କୁ ପାରୁନ ଛୁଇଁ। ଛାତି ରେ ତୁମର ଭାରି ମେଘରାତି ବିଜୁଳି ନିଆଁ ର ତାତି ସେ ନିଆଁ ରେ ତୁମେ ଏକା ଯେ ଜଳୁନ ଜଳୁଛି ମାନବ ଜାତି। ବଦଳି ଯାଇଛି ବାଦଲ ଚେହେରା ମାନବ ଙ୍କ ସ୍ବାର୍ଥ ପାଇଁ କେବେ ସେ ବୁଝିବେ ନିଜର ଅଜ୍ଞତା ଜଳ ବିନା ସତ୍ତା ନାହିଁ। ବୃକ୍ଷ କାଟି ବାରୁ ପରିବେଶ ନଷ୍ଟ ଉତ୍ତପ୍ତ ହୋଇଛି ବାୟୁ ମାଟି ପାଣି ଆଉ ପବନ ନଥିଲେ ଜୀବ କି ବଞ୍ଚିବେ ଆଉ। ଜଳ ହିଁ ଜୀବନ ବାରିଧର ହୋଇ ଆକାଶ ରୁ ଯାଏ ବୋହି ମାଟି ଫଳାଇବ ସୁନାର ଫସଲ କେବଳ ବରଷା ପାଇଁ। ପ୍ରଦ୍ୟୁଷଣ ମୁକ୍ତ ହେଲେ ପରିବେଶ ବରଷା ଆସିବ ଝରି ହସିବ ଏ ଜୀବ ଜଗତ କେବଳ ବରଷା କୁ ସ୍ପର୍ଶ କରି। ଲେଖିକା :- ଡ. ମିନା କୁମାରୀ ଟହଲ, ସଂପାଦିକା:-ଆକାଂକ୍ଷା ମହିଳା ପତ୍ରିକା, ପାରଳାଖେମୁଣ୍ଡି ଗଜପତି:- ଫୋନ ନମ୍ବର ୯୪୩୮୧୩୭୪୮୫
