STORYMIRROR

Minakumari Tahala

Inspirational

3  

Minakumari Tahala

Inspirational

ଆସ ଲଗାଇବା ବୃକ୍ଷ

ଆସ ଲଗାଇବା ବୃକ୍ଷ

1 min
21

ଆସ ଲଗାଇବା ବୃକ୍ଷ 

****************

ବୃକ୍ଷ ଟିଏ ସେଯେ କି ଦୋଷ କରିଛି 

ଦେଉଛ ତାହାକୁ ହାଣି 

ଆମ ଭଳି ତା'ର ଜୀବନ ବି ଅଛି 

ଏ କଥା ପାରୁନ ଜାଣି।

ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସେ 

ଯାଇତ ପାରଇ ନାହିଁ 

ଶାଖା ପ୍ରଶାଖା ରେ ମେଲାଇ ରଖିଛି 

ହାତ ଗୋଡ ଆଖି ହୋଇ।

ହାଣି ପକାଇ ଲେ ତା ଦେହୁ ରକତ 

ଦୁର ପରି ଯାଏ ବୋହି 

ତାକୁ ଯେ ଯନ୍ତ୍ରଣା ହେଉଥିଲେ ମଧ୍ୟ 

ପାରେ ନାହିଁ କିଛି କହି।

କେଡେ ନିରିହ ସେ ସରଳ ସୁନ୍ଦର 

ଫଳ ଫୁଲ ଛାଇ ଦେଇ 

ଜୀବଜଗତ କୁ ବଞ୍ଚାଇ ରଖିଛି 

ଏ ବିଶ୍ଵ ର ହିତ ପାଇଁ।

ତା ବିନା ବରଷା ହେବ ନାହିଁ ଜମା 

ଏ କଥା ସଭିଙ୍କୁ ଜଣା 

ହେଲେବି ମାନବ କାହିଁକି କେଜାଣି 

ହେଉଛନ୍ତି ବାଟ ବଣା।

ବଢି ଓ ମରୁଡି ଆସି ଗ୍ରାସିଲାଣି 

କମିବାରୁ ବୃକ୍ଷ ସଂଖ୍ୟା 

ଆକାଶୁ ବରଷା ବିଗିଡ଼ି ଯାଇଛି 

ଋତୁ ରେ ହେଉନି ଦେଖା।

ବିଶ୍ଵ ତାପ ମାତ୍ରା ବଢ଼ି ବି ଚାଲିଛି 

କେତେ ଜୀବଜନ୍ତୁ ଧ୍ଵଂସ 

ଏହି ଭଳି ଯଦି ଚାଲିବ ଆହୁରି 

ଶେଷରେ ହୋଇବା ନାଶ।

ବିପଦ ରୁ ରକ୍ଷା ପାଇବା କୁ ହେଲେ 

ବୃକ୍ଷ ଲଗାଇବା ଆସ 

ପାଣି,ଖତ ଦେଇ ଯତନ କରିଲେ 

ବଢ଼ିବ ଯେ ବୃକ୍ଷ ବଂଶ ।

ବୃକ୍ଷ ହିଁ ବଞ୍ଚିଲେ ସଭିଏଁ ବଞ୍ଚିବା 

ଏ କଥା କୁ ଦେବା ଧ୍ୟାନ 

ବୃକ୍ଷ ହିଁ ଆମର ଅତି ଆପଣାର 

ବୃକ୍ଷ ହିଁ ଅଟେ ଜୀବନ।

ପଡିଆ ଭୁଇଁ ରେ ବୃକ୍ଷ କୁ ଲଗାଇ 

କରିବା ଜଙ୍ଗଲ ସୃଷ୍ଟି 

ଜଙ୍ଗଲ ରହିଲେ ଆଉ ହେବ ନାହିଁ 

ପୃଥିବୀ ରେ ଅନାବୃଷ୍ଟି।

ବରଷା ଆସିବ ଧରଣୀ ହସିବ 

ଜୀବ ଜନ୍ତୁ ହେବେ ଖୁସି 

ଆସ ଲଗାଇବା ବୃକ୍ଷ ଟିଏ ଆମେ 

ସଭିଏଁ ଯେ ମିଳିମିଶି।

ଲେଖିକା:- ଶ୍ରୀମତୀ ମିନା କୁମାରୀ ଟହଲ, ସଂପାଦିକା:- ଆକାଂକ୍ଷା ମହିଳା ସଙ୍ଗଠନ, ପାରଳାଖେମୁଣ୍ଡି,ଗଜପତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational