STORYMIRROR

Minakumari Tahala

Classics Fantasy

4  

Minakumari Tahala

Classics Fantasy

ଆସିଥିଲି ମୁଁ ଶ୍ରୀ କ୍ଷେତ୍ରକୁ

ଆସିଥିଲି ମୁଁ ଶ୍ରୀ କ୍ଷେତ୍ରକୁ

1 min
13


ଆସିଥିଲି ଧାଇଁ ଶିରୀ କ୍ଷେତ୍ରକୁ

ମାଗିବି ବୋଲି ମୁଁ କିଛି 

ଦେଖୁଅଛି ପ୍ରଭୁ ହାତ ନାହଁ ତୁମ 

କେମିତି ମାଗିବି ଭାବୁଛି।

ଆସିଥିଲି ପ୍ରଭୁ କହିବାକୁ ଦୁଃଖ 

ଦେଖୁଛି ଯେ କାନ ନାହି

କେମିତି ଶୁଣିବ ମୋ ଦୁଃଖ କାହାଣୀ 

ଚିନ୍ତାରେ ବସିଛି ମୁହିଁ।

ଆସିଥିଲି ପ୍ରଭୁ ତୁମ୍ଭ ଶ୍ରୀ ଚରଣେ 

ଶରଣ ପସିବି ବୋଲି 

ଦିଶୁନାହିଁ ପ୍ରଭୁ ଚରଣ କେଉଁଠି 

ଖୋଜୁଛି ମୁଁ ବୁଲି ବୁଲି।

ଆସିଥିଲି ପ୍ରଭୁ ମୋ ଦୁଃଖ ଦେଖିଣ 

କହିବକି ପାଟି ଖୋଲି 

ଶୁଭୁ ନାହିଁ କିଆଁ ଓଠରୁ ଯେ କଥା 

ନୀରବ ମୁଁ ହୋଇଗଲି।

ତେଣୁ ପ୍ରଭୁ ମୁଁ ଯେ ଚକା ନୟନ ରେ

ନୟନ ମିଶାଇ ଦେଲି

ଦୃଶ୍ୟ ରେ ଦେଖିଲି ସବୁ ଶୂନ୍ୟ ମୟ 

ଶୂନ୍ୟ ବି ଜୀବନ ବୋଲି।

କିଛି ନାହିଁ ଏଠି ଆସିଥିଲି ଖାଲି 

ଯିବି ଦିନେ ଖାଲି ହୋଇ

ମିଛ ର ମାୟା ରେ ପଡ଼ି ଅଛି ବୋଲି 

ମିଛ ରେ ହେଉଛି ବାୟୀ। 

ଆଜି ମୁଁ ବୁଝିଲି ଜଗନ୍ନାଥ ପ୍ରଭୁ 

ତୁମରି ଛବି କୁ ଦେଖି 

ଯେମିତି ଆସିଛି ସେମିତି ମୁଁ ଯିବି 

କାହିଁକି ହୋଇବି ଦୁଃଖି।

ଆଉ କିଛି ମୋର ଲୋଡା ନାହଁ ପ୍ରଭୁ 

ସବୁ ମୁଁ ପାରିଲି ଜାଣି 

କଣ ଆଣିଛି ଆସିବାର ବେଳେ 

ନେଇ ଯିବି କିସ ପୁଣି।

ଯେମିତି ଆସିଛି ଶୂନ୍ୟ ଦେହ ବହି 

ଶୂନ୍ୟ ରେ ତ ଯିବି ମିଶି 

ଏକଲା ଆସିଛି ଏକଲା ମୁଁ ଯିବି

ମାଗିବି ନି ଆଉ କିଛି।

ଏତିକି ମୋ ପାଇଁ ଜ୍ଞାନ ଆହରଣ 

ହେଲା ପ୍ରଭୁ ଚକା ଆଖି 

ଧନ୍ୟ ହେ ପ୍ରଭୁ ତୁମ ରୂପ କଳ୍ପ 

ଧନ୍ୟ ହେଲି ନେତ୍ର ଦେଖି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics