ଗଉରୀ ପୁତ୍ର ମହା ବିନାୟକ • ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଗଉରୀ ପୁତ୍ର ମହା ବିନାୟକ • ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଜୟ ଗଜାନନ ଗଉରୀ ନନ୍ଦନ
ତୁମକୁ ଅଭିନନ୍ଦନ,
ଜଣାଏ ଅଧମ ଆସି ଧରାଧାମ
ନାଶ କର ହେ ଅଜ୍ଞାନ;
ଦିଅ ବାରେ ଦରଶନ,
ତବ ଆଗମନେ ଧନ୍ୟ ହେଉ ଧରା
ପବିତ୍ର ହେଊ ଜୀବନ;
ଜୟ ଗଜାନନ ...।।
ଆହେ ବିଘ୍ନ ରାଜ ତୁମେ ଅଗ୍ରପୂଜ୍ୟ
କୋଟି ସୂର୍ଯ୍ୟ କାନ୍ତି ପ୍ରଭା,
ମୋ ମନ ମନ୍ଦିରେ ଆସହେ ଠାକୁରେ
ରାଜି ଉଠୁ ବର୍ଣ୍ଣ ବିଭା;
ମୋ ହୃଦୟ ସିଂହାସନ,
ଖାଲି ପଡିଅଛି ଆତୁରେ ଡାକୁଛି
ଅଜ୍ଞାନ କରି ମର୍ଦ୍ଦନ;
ଜୟ ଗଜାନନ ...।।
ଅଜ୍ଞାନ ଅନ୍ଧାର କର ହେ ଉଦ୍ଧାର
ତୁମେ ପରା ଜ୍ଞାନ ଦାତା,
ତବ ମହୋତ୍ସବେ ଆଜିର ଉତ୍ସବେ
ଭରି ଯାଉ ପୁଲକତା;
ଭୂଧର ହେଉ ପାବନ,
ଗାଇ ତୁମ ନାମ ଗଗନ ପବନ
କରୁ ସର୍ବତ୍ର ଆଛନ୍ନ;
ଜୟ ଗଜାନନ...।।
ନାହିଁ ଅନ୍ୟ ଗତି ଆହେ ଗଣପତି
ବିଘ୍ନ ହର ହେ ଝଟତି,
ଆଜିର ଦୁର୍ଗତି ସଂସାର ବିପତ୍ତି
ଯେତେ ଅନୀତି ଦୁର୍ନୀତି;
କରିବା ପାଇଁ ମୋତନ,
ଜଣାଣ କରୁଛି ଅଧମ ପ୍ରଫୁଲ୍ଲ
ଦିଅ ଆସି ଦରଶନ;
ଜୟ ଗଜାନନ...।।