STORYMIRROR

Sunanda Mohanty

Abstract Classics Others

4  

Sunanda Mohanty

Abstract Classics Others

ନୀଳ ଦରିଆ ସୂତା ,,,,,,,,,,,,,,,,,,,,,,,,,,,,,,

ନୀଳ ଦରିଆ ସୂତା ,,,,,,,,,,,,,,,,,,,,,,,,,,,,,,

1 min
394


ନୀଳ ଦରିଆ ସୂତା ଗଜମୁକୁତା ଲଷ୍ମୀସାନ୍ତାଣୀ 

ଗଜ ଉପରେ ବସାଇ ମାଆଙ୍କୁ ଗଜଲକ୍ଷ୍ମୀ 

ଧନ ଭଣ୍ଡାର ରାଣୀ ଧନଲଷ୍ମୀ ସାଆନ୍ତାଣୀ 

ଲଷ୍ମୀ ପଦ୍ମାଳୟା କମଳା ଧନଲଷ୍ମୀ 

ତୋର କୃପା ବଳେ ସାଆନ୍ତାଣୀ ଚଣ୍ଡାଳୁଣୀ 

ମାଆ ମହାମାୟୀ କରୁଣାମୟୀ ସମୁଦ୍ରକନ୍ୟା 

ସାଗର ଦୁହିତା ସୁକୁମାରୀ ଅନନ୍ୟା 

ପବିତ୍ର ତୋ ନାମ ବହି ଧରାର ରାଣୀ 

ଧରା ପାଳୁଛୁ ଥୋଇ ସାତ ଗଉଣି ମୁଣି 

ତୋ ଯୋଗୁଁ ଅନ୍ନ ପାଇ କୀଟ ପତଙ୍ଗ 

ମଣିଷ କୋଳାକୋଳି ଭାବ ସୁସଙ୍ଗ 

କେତେ ରଙ୍ଗେ ମାତ ଝଟକେ ମଥାମଣି 

ସରିବ ନାହିଁ କହିଲେ ମାଆ ତୁମ କାହାଣୀ 

ତୁମେ ଆଦିମାତା ସ୍ୱୟଂସୀତା ଧରଣୀରାଣୀ 

ରୁଷି ଗଲେ ଜଗନ୍ନାଥ ମନାନ୍ତି ରସଗୋଲା ଆଣି 

ଅଭିମାନିନୀ ଗୋ ସାଗର ଦୁଲଣୀ 

ପଦ୍ମ ଫୁଲ ପ୍ରିୟ ତୁମ୍ଭ ପଦ୍ମରାଣୀ 

ସୁନା ସୁବର୍ଣ୍ଣରେ ହେଉ ତୁ ଛାଣି 

ତୋ ରୂପ ଦର୍ଶନେ ସାର୍ଥକ ଜାଣି 

ଆସିଛି କୁମାର ପୂର୍ଣ୍ଣମୀ ତୁମ୍ଭ ନାମକୁ ଗୁଣୀ 

ଶ୍ରଦ୍ଧାରେ ପୂଜିଲେ ଧନ ଜନ ଗୋପ ଲଷ୍ମୀରାଣୀ 

କୁମାର କୁମାରୀ ଜହ୍ନ ସାଥେ ଭାବ ଯୋଡି 

ମାଆ ଲଷ୍ମୀ ଦେବେ ଧନଧାନ୍ୟ ସଂସାର ଗଢି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract