STORYMIRROR

Harekrushna Deb Sahoo

Classics

4  

Harekrushna Deb Sahoo

Classics

ଶୁଭଲକ୍ଷ୍ମୀ

ଶୁଭଲକ୍ଷ୍ମୀ

1 min
263

ଆସିଛ ବୋଲି ତ ଆମ ଅଗଣା 

ଝୋଟି ଚିତାରେ ଅତିସୁନ୍ଦର ପବିତ୍ର 

ମା' ନୂଆଁ ଧାନ କେଣ୍ଡାରେ ପୂଜିତା 

ଅନ୍ନପୂର୍ଣ୍ଣା ସ୍ଵରୂପିଣୀ ଦେବୀ ଲକ୍ଷ୍ମୀ

ଗ୍ରାମେ ଗ୍ରାମେ ଗୃହେ ପ୍ରତିଷ୍ଠିତା

ଧୂପ, ଦୀପ, ନୈବେଦ୍ୟ ଅର୍ପଣେ

ଗୃହିଣୀ ସର୍ବତ୍ର ଦେବୀ ଚରଣେ ସମର୍ପିତ 

ସକଳ ଗୃହେ ଶୁଭ ଶଙ୍ଖ ନାଦ

ବିଜେ ଲକ୍ଷ୍ମୀ ଠାକୁରାଣୀ 

ସୁଲକ୍ଷଣୀ କୁବେର ଦୁହିତା ।

ସାଗର ତନୟା ମା' ଲକ୍ଷ୍ମୀ 

ବିଷ୍ଣୁ ପାଟରାଣୀ 

ମାଣବସା ଗୁରୁବାର ଦିନ 

ପ୍ରବେଶ କଲେ ଶ୍ରୀୟା ଚାଣ୍ଡାଲୁଣୀ ପାଶେ

ଶୁଭ କଳସୀରୁ ଲାଭ

ଧନ,ଜନ,ଗୋପ,ଲକ୍ଷ୍ମୀ  

କରନ୍ତି ଅର୍ପଣ ।

ସେତ କୋପ କଲେ ନଷ୍ଟ ହୁଏ ଧନ। 

ଶୁଭଲାଭ ଜୀବନ ହୁଏ ଧନ୍ୟ ଧନ୍ୟ,

ଜୟ ମା ମହାଲକ୍ଷ୍ମୀ !

ଜୟ ମା ଶୁଭଲକ୍ଷ୍ମୀ! 

ଜୟ ଜୟ ଦେବୀ ଅନ୍ନପୂର୍ଣ୍ଣା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics