STORYMIRROR

Harekrushna Deb Sahoo

Others

4  

Harekrushna Deb Sahoo

Others

ଦୀପାଳୀ

ଦୀପାଳୀ

1 min
13

ଜଳେ ନିଜେ ସିନା ଜଳେଇ ଦେହକୁ 

ପାଉଁଶ ଅଙ୍ଗାର ମର୍ମେ ,

ଆଲୋକ ଯାହାର ପଥ ପ୍ରଦର୍ଶକ 

ପୂରୁବ ଆକାଶ ଧର୍ମେ। 

ଦୀପ ଦୀପାବଳୀ ସଜେଇ ଦେଇଛି

ମିଞ୍ଜି ମିଞ୍ଜି ତାରା ଗଣେ, 

ପ୍ରେମ କରି ପ୍ରିୟା କି ଲାଭ ପାଉଛ 

ଜଳି ପ୍ରେମ ଜାଗରଣେ। 

ସରି ଜାଇ ଅଛି ଆଜି ଦୀପାବଳି 

ତଥାପି ଜଳୁଛି ଜଣେ, 

ପାରିବିକି ମୁହିଁ ହୃଦୟ ଆବୋରି 

ପ୍ରେମିକା ପବିତ୍ର ମଣେ। 

ଏ ଯେଉଁ ଦିଗନ୍ତ ଅନ୍ଧକାରମୟ 

ଆଲୋକ ଅନ୍ତରେ ଦହେ, 

ପ୍ରିୟା ସଙ୍ଗତରେ ବିତିଯାଏ ଦିନ

ସଂସାର ଜ୍ବଳନ ସହେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍