ପ୍ରେମରୁ ଅମୃତ
ପ୍ରେମରୁ ଅମୃତ
ପ୍ରେମ ଝରା ନଈ ଦିଏ ବିନ୍ଦୁ ଜଳ
ଯାହା ବହି ଯାଏ ତୃଷ୍ଣା କାଳେ,
ମୋ ଓଠ ଚୁମ୍ବନ ନେଇ ଜନ୍ମେ ପ୍ରାଣ ।
ପୁଣି ପ୍ରେମ ମଧୁଝରା ମହୁଫେଣା
ଓଠ ଚୁମ୍ବନ ମିଠା ମିଠା କଥା
ଲାଗେ ସତେ ଅମୃତ ଏ ସ୍ବାଦ!
କେତେ ଯେ ପ୍ରେମିକ ଉଡି ଛନ୍ତି
ମଧୁମକ୍ଷୀର ଡେଣା ଲଗାଇ,
ଫୁଲ ଓ ବାସ୍ନାକୁ ନେଇ ଲଢେଇ,
ସମସ୍ତେ ତାକୁ ଚୁମ୍ବନ ଦେଇ
ଆପଣାର କରନ୍ତି କିନ୍ତୁ ସେ ନୁହେଁ କାହାର
କେବଳ ସେ ପ୍ରଭୁଙ୍କର, ପ୍ରେମିକର
ପୂଜା ପାଇଁ, ଗୋଲାପ ହୋଇ
ସୁଗନ୍ଧ ଓ ଅତରକୁ ନେଇ
ପ୍ରେମର କିଛି ଭିଜା ଭିଜା
ଅମୃତ କଳସର ପରିକଳ୍ପନା
କଳସପୂର୍ଣ୍ଣ ଅମୃତ କାହାର?
ନା ଦେବତା, ନା ରାକ୍ଷସ
କେବଳ ପ୍ରେମକୁ ନେଇ ପ୍ରେମିକ
ଅମର ସେ ପିଇଛି ପ୍ରିୟାର ହସ୍ତରୁ
ମକରନ୍ଦ ଓ ଚାଖିଛି ମିଠା ମହୁ
ସେ ଦୁହେଁ ଅମର
ତାଙ୍କ ପ୍ରେମ ଅମର
ସ୍ବର୍ଗରେ ସେମାନେ ଅଛନ୍ତି
ଘର ତୋଳି ପ୍ରେମ ପାଇଁ
ଅମର ଜୀବନ ନେଇ ଦୁଇ ପ୍ରାଣୀ
ଝରୁଛି କେବଳ ଅମୃତ
ପ୍ରେମ ସିନ୍ଧୁ ବିନ୍ଦୁ ବିନ୍ଦୁ ହୋଇ
ଏ ପ୍ରେମର ଅମାପ ଭଣ୍ଡାର ।

