STORYMIRROR

Harekrushna Deb Sahoo

Fantasy

4  

Harekrushna Deb Sahoo

Fantasy

ଏ ଦେହେ କି ରଙ୍ଗ ଲାଗିଲା

ଏ ଦେହେ କି ରଙ୍ଗ ଲାଗିଲା

1 min
290

ହେ କୃଷ୍ଣ! 

ଇନ୍ଦଧନୁର ସାତରଙ୍ଗ ଅବିର, 

ମୋ ଦେହେ ଦିଅ ବୋଳି 

ସବୁଜ ପତ୍ର ଗହଳରେ 

ଲାଲ ହଳଦୀ ଗୋଲାପି ରଙ୍ଗ 

ପେନ୍ଥା ପେନ୍ଥା ହୋଇ ପଡଇ ଝଡି ।


ଫଗୁଣ ତ ନେଇଛି ଚୋରାଇ 

ବାକିତକ ମୋ ଦେହେ ବୋଳି 

ବାସ୍ନା ସବୁ ଦେଉଅଛି ଝାଡି ।

ରାଧା ପାଇଁ ଖାଲି ପ୍ରେମ ରଙ୍ଗ 

ହେ ନୀଳମାଧବ! 

ବିସ୍ବାବସୁ ପାଇଁ ନୀଳରଙ୍ଗ 

ଲଗେଇ ନୀଳକନ୍ଦର ପାଲା 

ହେ ଗୋପିନାଥ! 

ଗୋପିକା ପାଇଁ ଗୋଲାପି ରଙ୍ଗ, 

ଲଗେଇ ଗୋପଲୀଲା 


ଆଜି ଆକାଶେ କି ରଙ୍ଗ ଲାଗିଲା? 

କି ରଙ୍ଗ ଲାଗିଲା ତନେ ମନେ 

ଏ ଦେହେ କି ରଙ୍ଗ ଲାଗିଲା !

ରେ କଳାକାହ୍ନୁ!! 

ସାତରଙ୍ଗେ ରଙ୍ଗ ଇନ୍ଦ୍ରଧନୁ ,

ସାତସୁରେ ତୁ ବଜାଉ ବେଣୁ ,

ମୋ ଦେହେ କି ରଙ୍ଗେ ରଙ୍ଗେଇବ

ହେ ରଙ୍ଗାଧର! 

ମୋ ଦେହେ ବୋଳି ଦେ

ତୋ ଦେହ କଳାରଙ୍ଗ 

ରେ କହ୍ନାଇ! 

ସାତରଙ୍ଗ ର ରଙ୍ଗଖେଳ

ତୋ ସରିବ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy