STORYMIRROR

Harekrushna Deb Sahoo

Romance

4  

Harekrushna Deb Sahoo

Romance

ଗାଁ ମାଟି

ଗାଁ ମାଟି

1 min
336

ଧରିତ୍ରୀ କୋଳେ ଆମ ଗାଁ 

ଅଛି ଚାଖଣ୍ଡେ ମାଟି,

ହାତେ କି ଦି ହାତ ମାପି 

ଅଛି ଆମ ଘର ଜାକି ଜୁକି ।

ସାହି ପଡ଼ିଶାଘର ଆବୋରି 

ଆମ ପରିବାର ମନ୍ଦିର ସମାନ,

ବାନା, 'ଦାନା'ରେ ପଡିଛି ଝାଉଁଳି 

ଆମେ ଟୋକା ଖାଣ୍ଟି ଗାଉଁଲି। 

ବିଦ୍ୟାଳୟ,ଦେବାଳୟ 

ଶିକ୍ଷା, ଜ୍ଞାନ, ଭକ୍ତି, ଉପାସନା,

ସ୍ମୃତି ସିନ୍ଦୁକେ ବନ୍ଧା ଅତୀତର ଅଇନା 

ସ୍ବପ୍ନ ଅଙ୍କୁରିତ ହୋଇ ବାସ୍ତବ ପରିକଳ୍ପନା। 

ଅଛି ଛୋଟ ଝରଣା 

ସୁନ୍ଦର ଏକ ମନ୍ଦିର 

ଛୋଟ ମୋର ଗାଁଟି

ସରଗ ଠାରୁ ସୁନ୍ଦର। 

ଫୁଲ ଫୁଟେ ଚଲାବାଟେ 

ଝରାଫୁଲ ଶେଫାଳି ତା ନାଁ,

ଶେଫାଳୀ ପ୍ରତି ମୋ ପ୍ରେମ

ଅମର କାହାଣୀ ବୁଝେ ଲୋକ ଗାଁ ।

ଗୋଲାପ ଫୁଲ ଫୁଟେ ନାଲି

ପ୍ରେମ ରଙ୍ଗ ନେଇ ସିନା, 

ସତେ ସାତରଙ୍ଗର ଅବିର

ରାଧାକୃଷ୍ଣ ପ୍ରେମ ପର୍ବ ଦୋଳପୂର୍ଣ୍ଣିମା ।

କେତେ ଯାତ କେତେ ପର୍ବପର୍ବାଣୀ 

ନାଚ ଗୀତ ସଙ୍ଗୀତେ ସଙ୍ଗାତ ମେଳ,

ଛୋଟ ମୋଟ ମୋର ଗାଁଟି

ଲାଗେ ବହୁତ ମଧୁର ସରଗ ପୁର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance