STORYMIRROR

Harekrushna Deb Sahoo

Children Stories

4  

Harekrushna Deb Sahoo

Children Stories

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

3 mins
13

             

ଜଙ୍ଗଲ ପରିବେଶ ମଧ୍ୟରେ ଗୋଟିଏ ଛୋଟିଆ ଗାଁ କନ୍ଧମାଳ। ନିକଟରେ ଗୁରୁ ଆଶ୍ରମ ମହାଭାରତର ଗୁରୁ ଦ୍ରୋଣ ଭଳି ଯେଉଁଠି ଏକଲବ୍ୟ ସମ ଅନେକ ଶିଷ୍ୟ ଅଧ୍ୟୟନରତ। ଶିକ୍ଷା ଗ୍ରହଣ କରିବା ପାଇଁ ଦୂର ଦୂରାନ୍ତରୁ ଅନେକ ଛାତ୍ର ଆସିଥାନ୍ତି । ଆଶ୍ରମର ଦାୟିତ୍ୱରେ ଗୁରୁ ରାମଦାସ ସମସ୍ତ ଭାର ବହନ କରି ଆସୁଛନ୍ତି। ସେ ନମ୍ର, ଶାନ୍ତ ଓ ସରଳ ମଣିଷ ପ୍ରକୃତିର ବ୍ୟକ୍ତିତ୍ବ। ତାଙ୍କ ଚରିତ୍ର ଅତ୍ୟନ୍ତ ପ୍ରଭାବଶାଳୀ ଓ ସେ ଜଣେ ବେଦଜ୍ଞ ପଣ୍ଡିତ। ଗହନ ସବୁଜ ବଣ ଜଙ୍ଗଲ ଘେରା ଅଞ୍ଚଳ ଗୁଡ଼ିକ ସହ ଆଦିବାସୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ ଶବ୍ଦର ତାଳେ ତାଳେ ସୁନ୍ଦର ମନୋରମ ପରିବେଶ ଦୃଶ୍ୟମାନ ହୁଏ। 


ଦିନକର କଥା ଗୁରୁ ରାମଦାସ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ ଏହି ସମୟରେ ହଠାତ୍ ଜଣେ ବଣ୍ଢା ଜାତିର ଲୋକ ଆସି କୋଳାହଳ କଲା। ସେ ତା ପୁତ୍ର କୁ ଶିକ୍ଷା ଦେବା ନିମନ୍ତେ ଇଛୁକ ଥିବା ଜଣାପଡିଲା। କିନ୍ତୁ ନୀଚ ଜାତିର ଲୋକ ହୋଇଥିବାରୁ ଗୁରୁଙ୍କ ଆଗରେ ସେ କଥା ପ୍ରକାଶ କରିବା ପାଇଁ କୁଣ୍ଠାବୋଧ କଲା। ଏକଲବ୍ୟ ସରଳ ଓ ନିରୀହ ଆଦିବାସୀ ବାଳକ। ସେ ନିଜ ପିତା ଦାସିଆକୁ ବହୁତ ଭୟ କରେ। ତେଣୁ ଲୁଚି ଛପି ବଣକୁ ଯାଏ ଓ ସବୁଜିମା ଭରା ବୃକ୍ଷ ମୂଳେ ବସି ସାଙ୍ଗ ସାଥୀ ମେଳେ ଖେଳକୁଦ କରି ସମୟ ବିତାଇ ଦିଏ। ସେ ବଂଶୀ ବଜାଏ ଓ ଗୋରୁ ଚରାଏ। ତାହାର ମଧୁର ବଂଶୀ ସ୍ବରରେ ସମସ୍ତେ ଆନନ୍ଦିତ ହୋଇଥାନ୍ତି। ସେ ବଣପ୍ରାନ୍ତର ନିଜ ପଲ୍ଲୀ ଲୋକଙ୍କ ପ୍ରସଂଶାର ପ୍ରିୟ ପାତ୍ର ହୋଇ ବେଶ ସୁନାମ ଅର୍ଜନ କରିଅଛି।ଏ କଥା ଦାସିଆକୁ ଭଲଭାବରେ ଜଣା । ଦିନେ ଏକଲବ୍ୟ ନଈକୂଳରେ ଗାଈ ଚରାଇବା ସମୟରେ ଗୁରୁ ରାମଦାସ ଶିଷ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବାର ଦେଖିଲା। ସେ ମନେ ମନେ ଶିକ୍ଷା ଲାଭ କରିବା ପାଇଁ ବହୁତ ଆଗ୍ରହ ପ୍ରକାଶ କଲା। କିନ୍ତୁ ଏମନ୍ତ ଲୁଚି ଛପି ଶିକ୍ଷା ଲାଭ କରି କଣ ହେବ ? ସେ ଏ କଥା ଘରକୁ ଆସି ବାପା ଆଗରେ ପ୍ରକାଶ କରିବାରୁ ଦାସିଆ ପୁଅକୁ ସାଙ୍ଗରେ ନେଇ ଗୁରୁ ଆଶ୍ରମ ଆଗରେ ହାଜର ହୋଇଅଛି । ଗରୁ ରାମଦାସ ସମସ୍ତ ମାନବ ସମାଜକୁ ପ୍ରେମ କରନ୍ତି। ତାଙ୍କ ପାଖରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ସେ ଶିକ୍ଷା ଦାନ କରିବାରେ କୌଣସି କୁଣ୍ଠାବୋଧ କରନ୍ତି ନାହିଁ।  


ଏକଲବ୍ୟକୁ ଦେଖି ଗୁରୁ ବହୁତ ଆନନ୍ଦିତ ହେଲେ ଓ ଆସିବାର ଉଦ୍ଦେଶ୍ୟ ପଚାରିଲେ । ଦାସିଆ ଗୁରୁଙ୍କ ଚରଣ ତଳେ ନତମସ୍ତକ ହୋଇ କହିଲା -'ହେ ଗୁରୁବର ପ୍ରଣାମ ଗ୍ରହଣ କରନ୍ତୁ ! ମୋର ଏକମାତ୍ର ପୁତ୍ର ଏକଲବ୍ଯର ଶିକ୍ଷା ଲାଭ ପାଇଁ ସୁଯୋଗ ପ୍ରଦାନ କରନ୍ତୁ। ଆମେ ଜାତିରେ ଛୋଟ। ଏଠି ଅନେକ ବ୍ରାହ୍ମଣ ଓ କ୍ଷତ୍ରିୟ ସାଙ୍ଗରେ ବୈଶ୍ୟ ଜାତିର ଛାତ୍ରମାନେ ଶିକ୍ଷା ଗ୍ରହଣ କରୁଅଛନ୍ତି। ତେଣୁ ମୁଁ କହିବାକୁ ସଂକୋଚ ପ୍ରକାଶ କରୁଛି କି ଶୁଦ୍ର ଜାତିର ଛାତ୍ରମାନେ କଣ ଶିକ୍ଷାରୁ ବଞ୍ଚିତ ? ଆପଣ ଅନୁମତି ଦେଲେ ଏକଲବ୍ୟ ଶିକ୍ଷା ପ୍ରାପ୍ତ କରନ୍ତା ।'


ଗରୁ ରାମଦାସ ସ୍ମିତହାସ୍ୟ ବଦନରେ କହିଲେ-'ଶିକ୍ଷା ପ୍ରାପ୍ତି ପାଇଁ କୌଣସି ଜାତିର ବାଛ ବିଚାର ନଥାଏ। କେବଳ ଛାତ୍ରର ଯୋଗ୍ୟତା ଶିକ୍ଷା ପ୍ରାପ୍ତିର ମାପକାଠି ହୋଇଥାଏ। ଯଦି ତୁମର ପୁତ୍ର ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ ତାହେଲେ ଶିକ୍ଷା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ।'


ଗୁରୁ ରାମଦାସ ସେ ଦିନର ମହାଭାରତ କଥା ମନେ ପକେଇ ଦେଲେ। ଗୁରୁ ଦ୍ରୋଣ ଓ ଏକଲବ୍ୟର ଗୁରୁ ଦକ୍ଷିଣା ଏହାର ସତ୍ୟ ଉଦାହରଣ। ଏତ ଆଜିର ଏକଲବ୍ୟ, କିନ୍ତୁ ସେ ଦିନର ଏକଲବ୍ୟ ଦ୍ରୋଣଙ୍କ ଠାରୁ ଯୁଦ୍ଧ ବିଦ୍ୟା ଶିକ୍ଷା ଲାଭ କରିପାରି ନଥିଲା । ଜାତିରେ ଶବର ବାଳକ ହୋଇଥିବାରୁ ଶିକ୍ଷାରୁ ବଞ୍ଚିତ ହୋଇଥିଲା । ନିଜ ଗୃହ ପାଖରେ ଗୁରୁ ଦ୍ରୋଣଙ୍କ ମୃଣ୍ମୟ ମୂର୍ତ୍ତୀ ତିଆରି କରି ଶ୍ରଦ୍ଧା ରେ ପୂଜନ କଲା ଓ ଧନୁର୍ରବିଦ୍ୟା ଶିକ୍ଷା ଲାଭ କଲା। ଗୁରୁ ଦକ୍ଷିଣା ସ୍ବରୂପ ନିଜସ୍ବ ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ପ୍ରଦାନ କଲା।


ଆଜିର ଏକଲବ୍ୟ ପାଇଁ ଗୁରୁ ରାମଦାସ ଚିନ୍ତାରେ ପଡିଗଲେ। ସେ ନିରିହ ଅଛୁଆଁ ବାଳକଟିର ଯୋଗ୍ୟତା ପରୀକ୍ଷା ନିମନ୍ତେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଗୁରୁ ଦକ୍ଷିଣା ସ୍ଵରୂପ ମାଗୁ ନାହାନ୍ତି ତ ! ଏ କଣ ଗୁରୁ ଏମନ୍ତ ଚିନ୍ତା କରୁ କରୁ ଏକଲବ୍ୟ ତାଙ୍କ ଚରଣ ତଳେ ଲୋଟିଗଲା। ଗୁରୁ ଆଜ୍ଞା ବିନା ସେ ଚରଣ କମଳ ଦ୍ବୟ ଛାଡିବାକୁ ନାରାଜ। ଗୁରୁ ଯଦି ଶିକ୍ଷାଦାନ ପାଇଁ ଅନୁମତି ପ୍ରଦାନ ନକରନ୍ତି ସେ ନିଶ୍ଚୟ ଗୁରୁ ଚରଣ ତଳେ ପ୍ରାଣ ହାରିଦେବ। ଏକା ଜିଦ ପାଠପଢି ମଣିଷ ହେବ, ନହେଲେ ଅମଣିଷ ହେବା ଆଗରୁ ଗୁରୁଙ୍କ ଶ୍ରୀଚରଣ ତଳେ ପ୍ରାଣତ୍ୟାଗ କରିବ । ପରିଶ୍ରମ ସଫଳତାର ଚାବିକାଠି ଅଳସୁଆମି ବିଫଳତାର ମୂଳ ମଞ୍ଜି । ଗୁରୁ ସେବା ମହତ କର୍ମ ଓ ଗୁରୁ ଚରଣ ପବିତ୍ର ସ୍ଥାନ । ଏ କଥା ଏକଲବ୍ୟକୁ ବେଶ୍ ଜଣା। 


ଅର୍ଜୁନ, ଦୁର୍ଯ୍ୟୋଧନ, ନକୁଳ, ଦାମ, ରାମ, ଗୋବିନ୍ଦ, ଭୀମା, ଯୁଧିଷ୍ଠିର, ବଳଦେବ, ସହଦେବ ଓ ଦୁଃଶାସନ- ଏମାନଙ୍କ ସଙ୍ଗରେ କଣ ସେ ଅସ୍ପୃହ୍ୟ ବାଳକ ଶିକ୍ଷା ଲାଭ ପାଇଁ ଯୋଗ୍ୟ ବିବେଚିତ ହେବ। ଏ କଥା ଆଗାମୀ ସମୟରେ ତା ଯୋଗ୍ୟତା ପରୀକ୍ଷା ପରେ ନିଶ୍ଚିତ ଭାବରେ ଜଣାପଡିଯିବ। 

 

ଏକଲବ୍ୟ ଓ ଦାସିଆକୁ ଗୁରୁ ବିଦାୟ ଦେଲେ। କିଛି ସମୟ ମାଗି ତାପର ଦିନ ଆସିବାକୁ କହିଲେ। 


ଏକଲବ୍ୟ ଅଛୁଆଁ ବାଳକ ହୋଇଥିବାରୁ ସେ କଣ ଶିକ୍ଷାରୁ ବଞ୍ଚିତ ? ଶିକ୍ଷା ପ୍ରଦାନ ପାଇଁ କଣ ଜାତି ବର୍ଣ୍ଣ ଭେଦଭାବ ଆବଶ୍ୟକ? ଆଗାମୀଦିନରେ ଏକଲବ୍ୟ ପରି ଅନେକ ଅଛୁଆଁ ବାଳକ କଣ ମୂର୍ଖ ହୋଇ ରହିଯିବେ? ଏକଥା ଗୁରୁଙ୍କ ହଁ ଓ ନାଁ ରେ ନିର୍ଭର କରେ । 


ଏକଲବ୍ୟର ଗୁରୁ ଦକ୍ଷିଣା ଏକ ପୌରାଣିକ ଉପାଖ୍ୟାନ। ସେ ମହାନ ବାଳକ ଆଜିର ଛାତ୍ର ସମାଜ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଆଜିର ଏକଲବ୍ୟ କିନ୍ତୁ ଭିନ୍ନ ଶିକ୍ଷା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛି। ସେ ନିଜସ୍ବ ଘରେ ଗୁରୁ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହେବାର ଆଶାନେଇ ସର୍ବଦା ଚେଷ୍ଟିତ ମାତ୍ର। ସମୟ ହେଲେ ତା ପାଇଁ ଗୁରୁ ଆଶ୍ରମର ଦ୍ବାର ଫିଟିବ ନହେଲେ ଶିକ୍ଷା ପାଇଁ ସେ ଜଣେ ସର୍ବଦା ଅପେକ୍ଷାରତ ଜିଜ୍ଞାସୁ ବାଳକ। 



Rate this content
Log in