Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Classics

4  

Manorama Mohanty

Classics

ଯେ ଦେଶେ ଗଙ୍ଗା ବହତି

ଯେ ଦେଶେ ଗଙ୍ଗା ବହତି

1 min
294



ଯେ ଦେଶେ ଗଙ୍ଗା ବହତି

ଯେ ଦେଶେ ଜନ୍ମ ମୋର ଟି 

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି

ଯେ ଦେଶେ ଗଙ୍ଗା ବହତି

ଯେ ଦେଶେ ଗଙ୍ଗା ବହତି..|


ଯେ ଦେଶେ ଗଙ୍ଗା ବହତି

ସେ ଦେଶ ମାଟି ମୋ ପୁଣ୍ୟ ପସରା 

ତା ସମ କିଏ ନୁହଁନ୍ତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି 

ଯେ ଦେଶେ ଗଙ୍ଗା ବହତି...|


ଯେ ଦେଶେ ଗଙ୍ଗା ବହତି

ସେ ଦେଶେ ଛନ୍ତି କଳା ଠାକୁର

ସବୁରି ଦୁଃଖ ହରନ୍ତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି 

ଯେ ଦେଶେ ଗଙ୍ଗା ବହତି...|


ଯେ ଦେଶେ ଗଙ୍ଗା ବହତି

ସେ ଦେଶଧରି ଭାଇଚାରାକୁ 

ଜନ ସମ୍ପର୍କ ବଢ଼ାନ୍ତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତାର ନାଁ ଟି

ଯେ ଦେଶେ ଗଙ୍ଗା ବହତି ....|


ଯେ ଦେଶେ ଗଙ୍ଗା ବହତି

ସେ ଦେଶେ ଅଛି ଖଣି ଖାଦାନ

ଖଟିକି ଲୋକେ ଖାଆନ୍ତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି 

ଯେ ଦେଶେ ଗଙ୍ଗା ବହତି...|


ଯେ ଦେଶେ ଗଙ୍ଗା ବହତି 

ସେ ଦେଶେ ଶ୍ରେଷ୍ଠ ଓଡିଶା ରାଜ୍ୟ

ଛୁଆଁ ଅଛୁଆଁ ନାହିଁ ଟି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା 'ର ନାଁ ଟି 

ଯେ ଦେଶେ ଗଙ୍ଗା ବହତି...|


ଯେ ଦେଶେ ଗଙ୍ଗା ବହତି

ସେ ଦେଶ ଭାଷା ଭାରି ମଧୁର

ଉଚ୍ଚା ତା'ର ସମୃଦ୍ଧି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି 

ଯେ ଦେଶେ ଗଙ୍ଗା ବହତି |


ଯେ ଦେଶେ ଗଙ୍ଗା ବହତି

ସେ ଦେଶେ ଉଡେ ଝଣ୍ଡା ଉଚ୍ଚ ରେ

ଶାନ୍ତି ର ବାର୍ତ୍ତା କହତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା 'ର ନାଁ ଟି -

ଯେ ଦେଶେ ଗଙ୍ଗା ବହତି..|


ଯେ ଦେଶେ ଗଙ୍ଗା ବହତି

ସେ ଦେଶେ ଭରା ଶୌର୍ଯ୍ୟ ଶକତି 

ଅତୁଳନୀୟ ତା କୀରତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି -

ଯେ ଦେଶେ ଗଙ୍ଗା ବହତି..|


ଯେ ଦେଶେ ଗଙ୍ଗା ବହତି

ସେ ଦେଶ ବିଜ୍ଞାନ ଭାରି ଉନ୍ନତ

ନୂଆ କରି ସବୁ ଗଢ଼ାନ୍ତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା 'ର ନାଁ ଟି...|


ଯେ ଦେଶେ ଗଙ୍ଗା ବହତି

ସେ ଦେଶ ମାଟି ମୁଣ୍ଡେ ବୋଳିଲେ 

ଲାଗଇ ମୋତେ 'ବିଭୁତି

ସିଏ ତ ମୋର ପ୍ୟାରୀ ଦେଶ

ଭାରତ ତା'ର ନାଁ ଟି

ଯେ ଦେଶେ ଗଙ୍ଗା ବହତି...|


Rate this content
Log in