STORYMIRROR

Pranati Jena

Classics Others

3  

Pranati Jena

Classics Others

ସୁଧାମୃତ.

ସୁଧାମୃତ.

1 min
265


        


ମଥୁରା ଭୁବନ ଗୋପ ବୃନ୍ଦାବନ

          ମମତା ରେ ହୁଏ ବନ୍ଧା,

              ଶବ୍ଦ ରେ ଜୀବନ ଶୁଷ୍କ ତରୁଗଣ

                         ପଲ୍ଲବିତ ଭାବ ଛନ୍ଦା..... Il


ବଚନ ର ସ୍ୱାଦ ସମ୍ପର୍କ ପାଦପ

         ହୃଦେ ଦିବ୍ୟ ଅନୁଭବ,

           ସେ ସୁଧା ସୌରଭ ଶ୍ରବଣେ ବିମୁଗ୍ଧ

                         ଅମୃତ ଝରା ବିଭବ..... Il


ପରମ ସେ ପଥ ଜୀବନ ର ତୀର୍ଥ

            ସମ୍ପର୍କ ହୁଏ ସାର୍ଥକ,

              ଅମୃତ ସୁମିଷ୍ଟ ବାଣୀ ର ମହକ

                      ପରାଣ ଯେହ୍ନେ ଚାତକ...... Il


ଅନ୍ତର ଆତ୍ମା ରେ ପବିତ୍ର ସ୍ପର୍ଶ ରେ

          ପୂଣ୍ୟ କଳସୀ ର ଲୀଳା,

             ସାଗର ତରଙ୍ଗେ ରାଗ ଅନୁରାଗେ

                          ଛୁଁଏ ନୀଳ ବର୍ଣ୍ଣମାଳା...... Il


ସାଧନା ସ୍ୱାର୍ଥ ର ମୁଁ "କାର ହୁଙ୍କାର

             ହୁଏ ଏଠି ପରାହତ,

               ନିର୍ମଳ ଶବ୍ଦର ସବୁଜ ସମ୍ଭାର

                           ହୃଦହୁଏ କବଳିତ....... Il


ଇଶ୍ୱର ଜାଗ୍ରତ ହୃଦୟ ରେ ସ୍ଥିତ

         ତେଜୋମୟ ପୂର୍ଣ୍ଣ ରୂପ,

            ସଂକୀର୍ଣ୍ଣ ପଣକୁ ପ୍ରହରୀ ଜାଗ୍ରତ

                       ସତ୍ୟ, ସୁନ୍ଦର ଅରୂପ....... Il


ଅପାଶୋରା ଦୁଃଖ ଅପସରି ଯିବ

           ଶବ୍ଦ ମଧୁରତା ଭାଷ,

              ସଙ୍ଗେ ଥିବ ଶେଷ ସମ୍ପତ୍ତି ଅଶେଷ

                        ଶ୍ରେଷ୍ଠ ଭବ୍ୟ ଅଭିଳାଷ....... Il


ବିବେକ ରଥ ରେ ଆତ୍ମା ଯେ ସାରଥୀ

               ହୃଦୟର ନନ୍ଦୀଘୋଷ,

                  କରେ ଆନମନା ବିଷୟ, ବିଭୁତି

                           ସଂକଳ୍ପୀତ ଭାଗଶେଷ...... Il


ଜାଗ୍ରତ ଚେତନା ଦିବ୍ୟତା ଭାବନା

              ହୃଦପଦ୍ମେ ସ୍ଥିତ ରହି,

                ଜାଣିବା ଲୋକ କୁ ପଥ ସଦଭାବନା

                             ହୃଦେ ଦିଅ ତୁମେ କହି...... Il  


ମନ ଶିରିକ୍ଷେତ୍ର ବାଇଶି ପାହାଚ

          ଆତ୍ମା ନିତ୍ୟ ରାସ ପରା,

              ହୃଦପଦ୍ମେ ସ୍ଥିତ ଅଙ୍କିତ ଶ୍ରୀବତ୍ସ

                       ସୁଧାମୃତ ଗୋପ୍ୟଧାରା...... Il


    ଆଶ୍ରିତା....... ଜୟ ଜଗନ୍ନାଥ 


Rate this content
Log in

Similar oriya poem from Classics