ସାଇକେଲ
ସାଇକେଲ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଦିନେ ଥିଲୁ ତୁ ଲୋଡ଼ା ସଭିଙ୍କର,
ଥିଲୁ ଅମୂଲ୍ୟ ସମ୍ପଦ, ପଥେ ପଥିକର ।
ତୁ ଥିଲୁ ପଲ୍ସର.. ପୁଣି ୟାମାହା...କାହାର ,
ତୋ ସିଟ୍ ରେ ବସି ମନପକ୍ଷୀ ଉଡୁଥିଲା,କାହିଁକେତେ ଦୂର ।
ତୋର କେରିଅଲ ଥିଲା କେବେ ଥିଲା ପ୍ରେମିକାର,
ତ କେଵେ ଥିଲା ସେ କୁଣ୍ଡା,ଧାନ ଅବା ରାସନ୍ ବସ୍ତାର ।
ହାକିମ ଠୁ ହାବିଲଦାର ଥଲେ,ସାଥୀ ଯେ ତୋହର,
ବର ମନ ଡିଆଁମାରେ,କରି ଦେଲେ ତୋତେ ତା'ର ଯଉତୁକ-ଭାର ।
କେତେ ପ୍ରେମ କାହାଣୀର ତୁ ଥିଲୁ, ମିଡ଼ିଏଟର,
ତୁ ଥିଲୁ ସବୁ ଯୁବକର ପ୍ରେମ, ବିଗତ ଶତାବ୍ଦୀର ।
ତୋ ଟ୍ରି
ଙ୍ଗ୍... ଟ୍ରିଙ୍ଗ୍... ଘଣ୍ଟି ବାଜିଲେ,
ସଭିଙ୍କ ମୁଖରେ ଥିଲା ଏକ ଆଶାର ଲହରୀ ।
ଏବେ ଶୁଭୁନି ସେ ପରି ଘଣ୍ଟି କି ନାହିଁ ସେ ଲହରୀ,
ହେଲେ ଆଜିବି ତୁ ପସନ୍ଦ ଅନେକଙ୍କର ଗାଁଉଲି ଅଵା ସହରୀ ।
ଯେତକ ଗାଡି ଧରି ଆଜି,ରୋମିଓ-ଜୋକର ,
ତାଙ୍କର ଥିଲୁ ତୁ ପ୍ରଥମ ବାହାନ, ଜୀବନର ।
ଆଜିବି ତୁ ହେଲୁ ପ୍ରଥମ ସୋପାନ, ଗାଡି ଚଢିବାର,
ତୁ ଚାଲିଲେ କି ଧୂଆଁ-ଧୂଳି, କି ତେଲ ରେଟ୍ ର ଡର ।
କେ ଡାକେ ସାଇକେଲ, କେ ଡାକେ ଶୁନଗାଡି ମୋର,
ଆଗରୁ ତୁ ଯାର ଘରେ ଥିଲୁ, କି ! ସମ୍ମାନ ତା'ହାର ।
ତୁ ହେଲୁ ପିତାମହ ! ଏଗାଡି ଜଗତର,
ତୋ ସେବା ଓ ସାହାଯ୍ୟ ପାଇଁ ତୋତେ, ପ୍ରଣାମ ଆମର... ।