"କଂସଙ୍କର ସର୍ବନାଶ"
"କଂସଙ୍କର ସର୍ବନାଶ"
ଶୁଣିବା ଲୋକେ ହେ, ଶୁଣିବ ହେ ଆସ,
ଦ୍ଵାପରେ ମାମୁଁ କଂସଙ୍କର ସର୍ବନାଶ.
ଯେବେ ଶୂନ୍ୟରୁ ଆସିଲା ଆକାଶ ବାଣୀ,
ଭଣଜା ତୋର, ତୋତେ ଦେବଟି ଝୁଣି.
ଦେବକୀ ଗର୍ଭରୁ ହେବ ସେ ଜାତ,
ଅଷ୍ଟମ ସନ୍ତାନ, ସେ ବିଷ୍ଣୁ ସତ୍ୟ.
ଶୁଣି ଶୂନ୍ୟବାଣୀ, ଦେଇ ଢ଼ୀମିଳ ଚାହାଣି,
ନାନୀ- ଭିଣେଇଙ୍କୁ ବନ୍ଦୀ କରାଇଲେ, ଶାଳମଣି.
ଭଗିନୀକୁ ତାର କହିଲା ସେ ଚଦି,
ତୋ ସମସ୍ତ ସନ୍ତାନଙ୍କୁ ଦେବୀଲୋ ସମାଧି.
ମାମୁଁ ନୁହେଁ ମୁଁ ତାଙ୍କର ସାଜିବି ବଇରୀ
ଛେଚି ପିଟି ସଭିଙ୍କୁ ପଠାଇବି ଶମନପୁରୀ.
କଂସ ମାମୁଙ୍କର ପବନ ମାରକା ଫୁଟାଣି,
ଛାତି ଫଟା ହସ ସହ ମାଗୁର ନିଶ ଟଣା-ଟାଣି.
ଏଡ଼େ କାପୁରୁଷ ଭୀରୁ କିଆଁ ଜାତ ହେଲା,
ସାତ ଗୋଟି ଛୁଆଙ୍କୁ ସେ ଛେଚିଣ ମାଇଲା.
ଅଷ୍ଟମ ଛୁଆକୁ ଯେବେ କଚିବ ଭାବିଲା,
ବିଜୁଳିକନ୍ୟା, ସେ ହସ୍ତୁ ଉଭା ହେଲା.
କହିଲା, ରେ ପାପି ସପ୍ତଶିଶୁ ହନ୍ତା,
ଗୋପରେ ବଢୁଛି ତୋର ଯେ, ବିଧାତା.
ଏତା ଦୃଶକଥା ଶୁଣି ମୁଖ ଆମ୍ବିଳଯେ କଲା,
ଗୋପାଳଙ୍କ ମଧ୍ୟରେ ପାଳକଙ୍କୁ ଖୋଜା କରାଇଲା.
ପୁତନା, ବକା, ଶକଟା ଆଦି ଙ୍କୁ ପଠାଇଲା,
ମାୟାଧର ସାଙ୍ଗରେ ମାୟାକ୍ରୀଡା କରାଇଲା.
(ହେଲେ !) କେ ମଲା କ୍ଷୀର ଦେଇ, କେ ଯେ ଫାଡି ହୋଇ,
କେ ପୁଣି ଭାଙ୍ଗି ଗଲା ଖଣ୍ଡ ଖଣ୍ଡ ହୋଇ.
ଅହଂକାରେ ଅନ୍ଧ ସେ ଉପାୟ ପାଞ୍ଚିଲା,
ଭଣଜାଙ୍କୁ ଡାକି ଧନୁ ଜାତ ଭିଆଇଲା.
ଚାଣୁର ମୁଷ୍ଟିକ ଆଦି ଯହିଁ ହୋଇଲେ ନିପାତ,
ତାଙ୍କ ଦୁର୍ଦଶା ଦେଖି କଂସ ହୋଇଲା ଆହାତ.
ଆହାତ କଂସ ଯେବେ ଶ୍ରୀକୃଷ୍ଣଙ୍କୁ ଭେଟିଲା,
କିସ ହେଲା କେଜାଣି ସେ ମଞ୍ଚାରୁ ଖସିଲା.
ହୃଦଘାତ ହେଲା ଅବା ବାତଯେ ମାରିଦେଲା
ମଞ୍ଚାରୁ ପଡିଣ ମାମୁଁର ଜୀବନଟା ଗଲା.
କଳେ ବଳେ କୌଶଳେ ତାର ହରି-ମରା ଆଶା,
ଆଶା ହୋଇ ରହିଗଲା ଜୀବନ ଲାଳସା.