STORYMIRROR

ମୁଁ ନା ଆମେ

Tragedy

3  

ମୁଁ ନା ଆମେ

Tragedy

ମୋ ଆତ୍ମୀୟ

ମୋ ଆତ୍ମୀୟ

1 min
245

ଆଜି ମୁଁ ଗଲା ପରେ ସମସ୍ତେ କୁହନ୍ତି,

ସବୁ ମୋର ଆତ୍ମୀୟସ୍ୱଜନ,

ଓ' ପଚାରନ୍ତି! କାହିଁକି କଲି ମୁଁ ମୋ ହତ୍ୟା, ଆତ୍ମହତ୍ୟା???

କାହିଁକି! କହି ନଥିଲି ମୋ ଆତ୍ମାର ବିକ୍ଷୋପ କାହାଣୀ?

କ'ଣ? ସତରେ ସେ ସବୁ ଥିଲେ ମୋର ନିଜର,

ମୋ ଆପଣାର !!!

ଯଦି ଥିଲେ, ସେ ଆତ୍ମୀୟ ସ୍ୱଜନ,

ତେବେ ଭୁଲ କ'ଣ ସବୁ ମୋର???

ମୋ ଆତ୍ମାର ରୋଦନ କ'ଣ! ତାଙ୍କ ଆତ୍ମାର କର୍ଣ୍ଣପାତ ନ ହୋଇ ଚାଲିଗଲା... ଶୂନ୍ୟକୁ...

ଓ ' ତାର ପ୍ରତିଧ୍ଵନି କରିଦେଲା କ'ଣ? ମତେ ମୋ ପାଇଁ ଆତ୍ମଘାତି!...

ନା ତାଙ୍କୁ ଆତ୍ମିୟସ୍ୱଜନ ଭାବିବାଟା ଥିଲା ମୋର ଭୁଲ...?

"ମହିଷ ପିଠିର କାକ" ପରି ଥିଲେ ବୋଧେ ଇଏ ମୋ ଆତ୍ମୀୟ...

ସେଥିପାଇଁ ଆଜି ମୋ ସଜ-ଶବ ଉପରେ,

ଦେଖାନ୍ତି ନିଜର ଅଧିକାର ନିଜର କୌତୂହଳତା....

ମୋର ଏ ଥଣ୍ଡା ଶରୀରର ସବୁ ଅଗ୍ନି ଲିଭିବା ପରେ,

କାହିଁକି ଏଠି ଏତେ ପାଣି ଢଳା... କାହିଁକି ଏତେ ବ୍ୟସ୍ତତା...

ନା ଏ ସବୁ ଏଇ କ୍ଷଣର ଆବଶ୍ୟକତା...

ଲାଗୁଚି! ନିଜ ମୁଣ୍ଡ ରୁ ଭୁଲ ହଟେଇ ଦେବାର

ଏକ ତତ୍ପରତା...

କାଳେ ମୁଁ ଉଠି କହିଦେବି...

         

"ନା... ଇଏ ମୋର ଆତ୍ମୀୟ ନୁହେଁ ".......

***********

ନିଜର ସ୍ୱ ପ୍ନ ତଳେ ଦାବିହୋଇ, ନିଜକୁ ନିଜଠାରୁ ଅଲଗା କରିଥିବା ସମସ୍ତଙ୍କୁ ଏଇ ଲେଖା ଟି ସମର୍ପିତ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy