STORYMIRROR

ମୁଁ ନା ଆମେ

Comedy Romance Others

4  

ମୁଁ ନା ଆମେ

Comedy Romance Others

ରସିକ ନାଗର

ରସିକ ନାଗର

1 min
279


ରସିକ ନାଗର ନୀଳାଚଳ ଘର

ରଥେ ବିରାଜିଚ ଏକା.

ଏତେ ପତ୍ନୀ ପୁଣି ଉପ ପତ୍ନୀ ତମ, 

ତମେ କିମିତି ରଖିଚ, ମତେ ଗୁରୁ ଟିକେ ଶିଖା!

ଏଠି ଗୋଟିଏ ପଟୁନି ଓଥରା ହଟୁନି,

ତମେ ସେଠି' ଷୋଳସହଶ୍ର ଙ୍କର ଏକା.

ହୃଦୟ ଟା ମୋର ଫିକା ପଡିଲାଣି,

ପ୍ରଭୁ! କେବେ ଆମ ଆଡ଼େ ଦିଅ ନିଘା...

ତମେ ଥାଉଁ ଥାଉଁ..କଣ? ଶୁଖିଲା ରହିବି ।

ପ୍ରେମର ହବନି ବର୍ଷା

ଲକ୍-ଡାଉନୁ ଟା ନରକ ଲାଗୁଛି,

ସରଗ ଚନ୍ଦ୍ରିକାଟିଏ ଦେଖା.

କୋଉ ବେଳାରେ ମୋ ଭାଗ୍ୟ ଲେଖି ଥିଲ,

କରିଣ କି? ସମ୍ବତ ପାନ...

ଯାହା ପାଇଁ କରେ କୋପଳ-କଳ୍ପନା,

ସେ ଭାଇନା ଡାକିଣ, ରାକ୍ଷୀ ବାନ୍ଧି ଯାଏ ପରା.

ସୋସିଆଲ ମିଡ଼ିଆ ଧୋକା ଦଉଅଛି,

ଟୋକା ଏ ହୁଅନ୍ତି ଟୋକି...

ପ୍ରୋଫାଇଲ ଫୋଟେ କିମିଆ କରନ୍ତି,

ସୁନ୍ଦରୀ ଯୁବତୀ ରଖି...

ଡୁପ୍ଲିକେଟ ସଖୀଙ୍କ କୋମଳ ବଚନେ,

ପଇସା ଗଲଣି ସରି,

ଅରିଜିନାଲ ସଖୀଟେ ପଠାଅ ପ୍ରଭୁ ହେ,

ଏ ନରକୁ କରୁ ସେ ପାରି...

ଭଣ୍ଡାଅ ନି ପ୍ରଭୁ ହାତ ଯୋଡୁ ଅଛି,

ଭଣ୍ଡି ମୁଁ ହେଲିଣି ବୁଢ଼ା, 

ଆଉ ଭଣ୍ଡେଇଲେ ଜୀବନ ତ୍ୟାଗୀବି,

ପାଇବ ତୁମ୍ଭେ ଗଞ୍ଜଣା.

କାମିନୀ-କାଞ୍ଚନ ନିଶା ଯେ ଅଡୁଆ,

କେତେଯେ ଗଲେଣି ଭାସି...

ଭାସି ଗଲେ ପ୍ରଭୁ ଡର ନାହିଁ ମୋର,

ତମ ଡ଼ଙ୍ଗା ରେ ପାରି ହେବି ବସି...

ଏବେ ହୋଇ ଅଛ "ପ୍ରଭୁ ଜଗନ୍ନାଥ" ,

ବେଗେ ହୋଇ ଆସ (କେଶବ)ଶଖା ,

ଡେରି ହେଇଗଲେ କର୍ପୁର ଉଡିବ,

ଜାଲି ପଡ଼ିଥିବ ଫାଙ୍କା... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy