STORYMIRROR

Prafulla Das

Classics

3  

Prafulla Das

Classics

ଫଗୁଣ ସଂଜ ର ଗାଁ

ଫଗୁଣ ସଂଜ ର ଗାଁ

1 min
211


ଫଗୁଣ ମାସ ର ପୁନେଇଁ ସଂଜରେ

ନଈଧାରେ ସୁଲୁସୁଲିଆ ତା  ଵାହା

ଚମକି ଫେରଇ ଯେଵେ ଡାକ ଦିଏ

ପାଣି ଆମ୍ବ ଡାଳେ ଉଲ୍ଲୂକ  କହେ

  ଏବେ  ତୁ ଘରକୁ  ଯା ,,,

ଚଇତି ଘୋଡ଼ା ର ଘୁଗୁଂର ଶଵଦ

ସଂଜୁଆ ପହରେ କିଏ ସେ ଗାଉଛି ଗୀତ

ଭେଣ୍ଡିଆ ମାଝୀ ର ସୁର ଲହର

କାନ ଡେରି ଶୁଣେ ମଲ୍ଲି  ଟଗର

ଚମ୍ପା ଫୁଲ କିଆଁ ରାତି ଉଜାଗର

  ଚଇତି ଘୋଡ଼ା ର ଘୁଗୁଂର ,,,,,


ଛାଇ ଅଂଧାର ରେ ନଈ ଧାର  କରେ

କିଏ  ସେ ଯାଉଛି ଧାପୁଡୁ ଧାପୁଡୁ

ଧୋତି  ପଞ୍ଜାବି  ଫର  ଫର

ସାତ ମାସ ହେଲା ଏଇ ଫଗୁଣ ରେ

ନୂଆ ବୋଉ ପାଇଁ ଆସିଲାଣି ସାଦ ଭାର


ଗୁଲିଦଣ୍ଡା ଖେଳ ଭାଙ୍ଗି ଗଲା ମେଳ

ବଗୁଲିଆ କିଏ ଖପରା କାତି ଟି

ମାରି ଦେଲା  ସର ସର ,,,,,,

ପଦୁଅଁ ପୋଖରୀ ପାଣି ହେଲା ଚବ ଚବ ,,,,,

ଫଡ଼ ଫଡ଼ ହୋଇ ଉଡ଼ି ଗଲେ ଦଳେ ବଗ


ଘରବର ଦେଖା ଯାଇ ଥିଲେ ଭାଇ

ଟୁପୁରୁ  ଟାପୁରୁ କଥା ଶୁଭଇ

ଚଉଁରା ମୂଳ ରେ ସଂଜଵତୀ ଦେଇ

ଲାଜେ ହସୁଥିଲା ମଉନ ମୁହିଁ

ଫଗୁଣ ମଳୟ ସିରି  ସିରି ଵାହା

  ଚଇତାଳି  ଟିକେ  ଝାଞ୍ଜି

କାହିଁ  ସୁନା ଗୋରୀ ବାଡ଼ି ପିଣ୍ଡାଟାରେ

ଏଇ ସଂଜଵେଳେ ବସିଛୁ ମଉନ ମାରି

ଯା ହାଣ୍ଡିରେ ତୋ ଚାଉଳ ପଡ଼ିଛି

ଫଗୁଣ ରେ ତୋର ନ ହେଲା ନାହିଁ

 ଆଷାଢ଼ ରେ ପୋତ୍ ମଞ୍ଜି


ମୁଁ ଵସିଥିଲି  ଆମ୍ବ ତୋଟା ମାଳେ

 ସଂଜୁଆ  ତାରା କୁ  ଚାହିଁ

ଚମକି ଚାହିଁ ଲି  ଫଗୁଣ ସଂଜ  କୁ

   କିଆ  ବୁଦା ମୂଳେ

କୋକିଶୀଆଳି ଟା  କୁଆଡ଼େ  ଗଲା

 ହୁକେ  ହୁ  ଡାକ  ଦେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics