STORYMIRROR

KULAMANI SAHOO

Abstract Classics

3  

KULAMANI SAHOO

Abstract Classics

ମଣିଷ

ମଣିଷ

1 min
199

ବ୍ୟସ୍ତବହୁଳ ସମୟରୁ ଅଳ୍ପ କିଛି

ଅନ୍ୟକୁ ଦେଇଦେଲେ

ସତେ କ'ଣ ଡୁବିଯିବ

ଜାହାଜଟା ସମୁଦ୍ର ଗର୍ଭରେ

ବେସାହାରା ଦୁଃଖୀ ମଣିଷଟି ପାଇଁ

ସାହାରାର ହାତ ବଢାଇଦେଲେ

ସମସ୍ୟାର ଜହ୍ନ

ଲୁଚିଯିବକି ଲାଜରେ

ଲାଭ,ଲୋଭ,ଦ୍ବେଷ ସୁସୁରୀରେ

କିଏ ଆଗ

ଚାଲେ ପ୍ରତିଯୋଗିତା

ହାଏ ବୁଝିହୁଏନାହିଁ

ଯେତେବି ଭାବିଲେ

ଗଢା କେଉଁ ଉପାଦାନେ

ମଣିଷର ମନ

ବସୁଧାକୁ ବଶ କରିବାକୁ

ମସୁଧା କରୁଥିବା ଲୋକଟା

କେବେ ଦେଖିନାହିଁ

ସାଢେ ତିନି ହାତ

ସେଇ ଜାଗା,

କେଉଁଠି ତା'ପାଇଁ ରହିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract