ମଣିଷ
ମଣିଷ


ବ୍ୟସ୍ତବହୁଳ ସମୟରୁ ଅଳ୍ପ କିଛି
ଅନ୍ୟକୁ ଦେଇଦେଲେ
ସତେ କ'ଣ ଡୁବିଯିବ
ଜାହାଜଟା ସମୁଦ୍ର ଗର୍ଭରେ
ବେସାହାରା ଦୁଃଖୀ ମଣିଷଟି ପାଇଁ
ସାହାରାର ହାତ ବଢାଇଦେଲେ
ସମସ୍ୟାର ଜହ୍ନ
ଲୁଚିଯିବକି ଲାଜରେ
ଲାଭ,ଲୋଭ,ଦ୍ବେଷ ସୁସୁରୀରେ
କିଏ ଆଗ
ଚାଲେ ପ୍ରତିଯୋଗିତା
ହାଏ ବୁଝିହୁଏନାହିଁ
ଯେତେବି ଭାବିଲେ
ଗଢା କେଉଁ ଉପାଦାନେ
ମଣିଷର ମନ
ବସୁଧାକୁ ବଶ କରିବାକୁ
ମସୁଧା କରୁଥିବା ଲୋକଟା
କେବେ ଦେଖିନାହିଁ
ସାଢେ ତିନି ହାତ
ସେଇ ଜାଗା,
କେଉଁଠି ତା'ପାଇଁ ରହିଛି ।