STORYMIRROR

KULAMANI SAHOO

Abstract Children

3  

KULAMANI SAHOO

Abstract Children

ଶିଶୁ ଦିବସ

ଶିଶୁ ଦିବସ

1 min
170

ପ୍ରବଞ୍ଚନା

   ସେଦିନ ଓ ଆଜି ମଧ୍ୟରେ

କିଛିବି ଫରକ ନାହିଁ

କଳା, ତେଲ ଚିକିଟା ହାତ

ପାଉଁଶ ବୋଳା ଦେହ ମନ

ସବୁ ଇଚ୍ଛା ଶୂନ୍ୟରେ ମିଳାଇଯାଏ

ଫୁଲଟିଏ ଫୁଟିବା ଆଗରୁ

ଗଛ ମରିଯାଏ

ବୋହୂଚୋରୀ କି ବାଘ ବଜାରି

ସ୍ବପ୍ନ ପାଲଟିଯାଏ

ଏଠି ତ ଧର୍ଷିତା ହୁଏ

ନିର୍ବୋଧ ଶିଶୁଠୁଁ ବୃଦ୍ଧ

ତା' ମନରୁ ଧୀରେଧୀରେ

ଅପସରି ଯାଏ

କୋମଳ ଭାବନା

ଏଣେ କିନ୍ତୁ ନିୟନ ଆଲୁଅ ତଳେ

ଆଖି ଝଲସା ମଞ୍ଚ ଉପରେ

ଆମେ ବାହାସ୍ଫୋଟ ମାରୁ

ଶିଶୁ ଦିବସର ଅନୁଚିନ୍ତା ବାଢୁ ।

ପ୍ରବୋଧନା

   ତୁ ସିନା ଭୋକ ବିକଳରେ

ମାଲିକ ଦୟାରେ ବଞ୍ଚୁ

ଏଠି ତୋ ମଧ୍ୟାହ୍ନ ଭୋଜନର

ଅଣ୍ଡା, ଡାଲି, ସୋୟା ଓ ଚାଉଳ

ଆଉ କିଏ ଖାଇଯାଏ

ଗଦା ଗଦା କାଗଜର ଚାଷ ଚାଲେ

ଅଲିଖିତ ନିର୍ଦ୍ଦେଶଟେ

ରାକ୍ଷସର ଆଁ ଭଳି

ଚାହିଁ ରହିଥାଏ

ପଣ୍ଡିତ ନହେଲେ ନାହିଁ

କେହି ଜଣେ ମୁର୍ଖ ନହୁଅନ୍ତୁ

ଲେଖିବା ପଢିବା ସଭିଏଁ ଶିଖନ୍ତୁ

ବରଂ ତୁ ଭଲରେ ଅଛୁ

ଆଉଟା ସୁନା ପରି

ଘଷିମାଜି ଚିକ୍କଣ ହେଉଛୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract