STORYMIRROR

KULAMANI SAHOO

Abstract Classics

3  

KULAMANI SAHOO

Abstract Classics

ପତିବ୍ରତା

ପତିବ୍ରତା

1 min
155

କାମନା ଜର୍ଜର ମନେ

ସୁଖ ମରୀଚିକା

ସୁହାଗ ସିନ୍ଦୂର ଫାଙ୍କେ

ଆଁ ମେଲି

ଛକି ବସିଥାଏ ଲୋଭ

ସ୍ବାମୀ ସନ୍ତାନକୁ ନେଇ

ସଂସାର ମୋ ଗଢା

ଅଧିକାର ଊଣା ହେଲେ

ଆକାଶରେ ଘୋଟିଯାଏ ମେଘ

ଅଣଚାଷ ବାଆ ବହେ

ପ୍ରଳୟର ଆବର୍ତ୍ତରେ

ଅଣ୍ଟା ଭାଙ୍ଗେ

ସୁଖ ସଂସାରର

କ'ଣ ବା ଜାଣ ତୁମେ

ପବିତ୍ର ହୋମ ଅଗ୍ନିକୁ

ସାକ୍ଷୀ ରଖି

ଯିଏ ମୋତେ କରିଛନ୍ତି

ନିଜଠୁଁ ବି ବେଶୀ ଆପଣାର

ତାଙ୍କ ସୁଖ ଧେୟ ମୋର

ଏତେ ସବୁ ଘନଘଟା

ତାହାରି ଝଲକ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract