ପତିବ୍ରତା
ପତିବ୍ରତା
କାମନା ଜର୍ଜର ମନେ
ସୁଖ ମରୀଚିକା
ସୁହାଗ ସିନ୍ଦୂର ଫାଙ୍କେ
ଆଁ ମେଲି
ଛକି ବସିଥାଏ ଲୋଭ
ସ୍ବାମୀ ସନ୍ତାନକୁ ନେଇ
ସଂସାର ମୋ ଗଢା
ଅଧିକାର ଊଣା ହେଲେ
ଆକାଶରେ ଘୋଟିଯାଏ ମେଘ
ଅଣଚାଷ ବାଆ ବହେ
ପ୍ରଳୟର ଆବର୍ତ୍ତରେ
ଅଣ୍ଟା ଭାଙ୍ଗେ
ସୁଖ ସଂସାରର
କ'ଣ ବା ଜାଣ ତୁମେ
ପବିତ୍ର ହୋମ ଅଗ୍ନିକୁ
ସାକ୍ଷୀ ରଖି
ଯିଏ ମୋତେ କରିଛନ୍ତି
ନିଜଠୁଁ ବି ବେଶୀ ଆପଣାର
ତାଙ୍କ ସୁଖ ଧେୟ ମୋର
ଏତେ ସବୁ ଘନଘଟା
ତାହାରି ଝଲକ ।