STORYMIRROR

KULAMANI SAHOO

Inspirational

3  

KULAMANI SAHOO

Inspirational

ଏକାଏକା

ଏକାଏକା

1 min
217

ରାସ୍ତା ଶୋଇଥାଏ

ପଥିକ ଚାଲଇ 

ନିରବରେ ଏକାଏକା

କୋଳାହଳ ଜୀବନ ଜଙ୍ଗଲ

କାହିଁ ବନ୍ଧୁ ପ୍ରିୟ ପରିଜନ

ଇଏକି ନିର୍ଜନତା

ନିସ୍ତରଙ୍ଗ ମନ ଅଭ୍ୟନ୍ତର

ଶୁଭେନାହିଁ ସମୁଦ୍ର ଗର୍ଜନ

ମେଘର ନିର୍ଝରପଣ

ପବନ ଫୁତ୍କାର

ସବୁକିଛି ସ୍ଥିର

ଶାନ୍ତ ସମାହିତ ।


ବଞ୍ଚିବାଟା ଦୁରୁହ ବ୍ୟାପାର

ହସକାନ୍ଦ ଲୁହ ଲହୁ

ସାଂସାରିକ ଯାବତୀୟ କର୍ମ

ଚାଲିଥାଏ ଶଗଡ ଗୁଳାରେ

ଏଇଠି ଆରମ୍ଭ ଶେଷ ବି

ମଝିରେ ଯାହା 

ଘାଣ୍ଟିଚକଟି ହେବା

ନିଜ ଛାଇ ଧୋକା ଦିଏ

ମାୟାବୀ ସମୟର

ମାୟାଜାଲରେ ।


ଦୁଃଖ ବଖାଣିବା

ଭାରି କଷ୍ଟ ଚିରକାଳ

କେହିବି ନଥାନ୍ତି ପାଖରେ କତିରେ

ଆବୋରିବାରେ

ଲାଭ ଖାଲି ଯାହା

କାନ୍ଧରେ ମୁଣ୍ଡରେ 

ମହଣମହଣ ଦୁଃଖ ଭାର

ବଢିଚାଲିଥାଏ ।


ଛକି ଶୂନ ଖେଳରେ

ସାମୟିକ ହାରିବା ଜିତିବା

ସମୟର ଦୋଛକିରେ

ସବୁ ଜଞ୍ଜାଳକୁ

ଲୁଚାଇରଖି ହୃଦୟ ଭିତରେ

ଚାଲିବାକୁ ହୁଏ

ସୁଖି ହେବାର ଅଭିନୟ କରି ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational