STORYMIRROR

Puspanjali Panda

Classics

3  

Puspanjali Panda

Classics

ଜନ୍ମଦିନ

ଜନ୍ମଦିନ

1 min
148


ବୟସ ବୋଝରେ

ନଇଁ ପଡ଼ୁଥିବା ବୋଉ ର

ସ୍ମରଣ ରେ ପୁଅ ର ଜନ୍ମଦିନ 

ବେଶ୍ ମନେରହୁଥିଲା..!

 ସେ ଦିନ ତ ଗାଁରେ 

 କେଉଁ କାଳରୁ ସେମିତି ବସିଥିବା

 ନାଲି ସିନ୍ଦୁର ମଖା ଠାକୁରାଣୀ 

ଗାଧୋଇବେ ଚୁଆ ଚନ୍ଦନ ମଖା ହଳଦୀ ପାଣି ରେ

ଆଉ ଚକୁଳି ,କଦଳୀ ଶିରେଣି ଭୋଗ ଖାଇବେ....!

ବୋଉ କହେ

 ଷଠୀ ପୂଜା ପାଆନ୍ତି ଭୋଗ ଖାଆନ୍ତି

ଛୁଆ କୁ ଆୟୁଷ ଢାଳି ଦିଅନ୍ତି....!


କେବେ ଭୁଲ୍ ହୁଏନା

ଠାକୁରାଣୀ ମା ଠାକୁରାଣୀ..!

ବୋଉ ର ବିଶ୍ଵାସ କୁ ଠେଲିଦେଇ ହୁଏନା।

ଏବେ ବୋଉ ର ଅନୁପସ୍ଥିତି ରେ

ଠାକୁରାଣୀ କାହିଁ ତ ଆସି ଠିଆ ହୁଏନା।।

ଏବେ ପୁଅ ର ଜନ୍ମଦିନ ରେ

ଦାମିକିଆ କେକ୍ କଟା ପାର୍ଟି ରେ

ବୋଉ ବେଶ୍ ମନେପଡେ

ଆଖି ରୁ ଲୁହ ଗଡେ

ଲୁଚି ଲୁଚି ଲୁହ ପୋଛେ।।

ଜନ୍ମଦିନ ସୁଖ ଦିନ

ବାପା ବୋଉ ଙ୍କ 

ସ୍ନେହ ସରାଗ ର ଦିନ..!!

ପ୍ରତିବର୍ଷ ଏ ଦିନ ଆସେ ଆଉ ଯାଏ

ହେଲେ 

ବୋଉ ଫେରେନା

ଅଛମର ହେବା ର ଆଶୀର୍ବାଦ ମିଳେନା।

ଜନ୍ମଦିନ, ଠାକୁରାଣୀ ଆଉ ବୋଉ କେବେ ଭୁଲିହୁଏନା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics