STORYMIRROR

Dr Baman Chandra Dixit

Classics Inspirational

4  

Dr Baman Chandra Dixit

Classics Inspirational

ନାସ୍ତି ଅସ୍ତି ମଧ୍ୟେ

ନାସ୍ତି ଅସ୍ତି ମଧ୍ୟେ

1 min
455


ପଚାରିଲି ଦିନେ ପ୍ରଶ୍ବାସ କୁ

ନାସ୍ତି ଅସ୍ତି ମଧ୍ୟେ ବିଶ୍ବାସକୁ

ରହିବକି ତୁମେ ପାଶେ ପାଶେ ସଦା

ପଚାରି କହିବ ନିଶ୍ବାସ କୁ।


ନିରବ ପବନ ପଶି ଗଲା

କବାଟରେ ଆଶା ନେସି ଗଲା

ଆଶାର ପରଶ ଅରପି ଚାହିଁଲା

ନିରାଶାର କ୍ଷୀଣ ପ୍ରକାଶ କୁ।


ବକଟେ ଆଶା ମୁଁ ପାଳିଥିଲି

କେହି କହେ ସ୍ୱାର୍ଥପର ବୋଲି

ଆସ୍ଥା ଅଛି ବିଭୁ ସତ୍ତା ପରେ ହେଲେ

ବୁଝେଇ ପାରୁନି ବିଶ୍ବାସ କୁ।


ଆହତ ମଉଳା ମନ କଥା

କହିବା କି ହୁଏ ନାସ୍ତିକତା 

ବିଭୁ କୃପା ବିନା ଅସମ୍ଭବ ସିନା

ଦଣ୍ଡେ ଅବା କ୍ଷଣେ ବଞ୍ଚିବାକୁ।


ନାସ୍ତିକ ପଣରେ ଯାହା ନାମ

ଶୁଣିଛି ଏଯାଏ ମୋର କାନ

ସବୁରି ଅନ୍ତରେ ଥିଲା ଏକ ଆଶା

ପ୍ରଭୁ ପଦ ରଜ଼ ଲଭିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics