ନାସ୍ତି ଅସ୍ତି ମଧ୍ୟେ
ନାସ୍ତି ଅସ୍ତି ମଧ୍ୟେ
1 min
452
ପଚାରିଲି ଦିନେ ପ୍ରଶ୍ବାସ କୁ
ନାସ୍ତି ଅସ୍ତି ମଧ୍ୟେ ବିଶ୍ବାସକୁ
ରହିବକି ତୁମେ ପାଶେ ପାଶେ ସଦା
ପଚାରି କହିବ ନିଶ୍ବାସ କୁ।
ନିରବ ପବନ ପଶି ଗଲା
କବାଟରେ ଆଶା ନେସି ଗଲା
ଆଶାର ପରଶ ଅରପି ଚାହିଁଲା
ନିରାଶାର କ୍ଷୀଣ ପ୍ରକାଶ କୁ।
ବକଟେ ଆଶା ମୁଁ ପାଳିଥିଲି
କେହି କହେ ସ୍ୱାର୍ଥପର ବୋଲି
ଆସ୍ଥା ଅଛି ବିଭୁ ସତ୍ତା ପରେ ହେଲେ
ବୁଝେଇ ପାରୁନି ବିଶ୍ବାସ କୁ।
ଆହତ ମଉଳା ମନ କଥା
କହିବା କି ହୁଏ ନାସ୍ତିକତା
ବିଭୁ କୃପା ବିନା ଅସମ୍ଭବ ସିନା
ଦଣ୍ଡେ ଅବା କ୍ଷଣେ ବଞ୍ଚିବାକୁ।
ନାସ୍ତିକ ପଣରେ ଯାହା ନାମ
ଶୁଣିଛି ଏଯାଏ ମୋର କାନ
ସବୁରି ଅନ୍ତରେ ଥିଲା ଏକ ଆଶା
ପ୍ରଭୁ ପଦ ରଜ଼ ଲଭିବାକୁ ।