STORYMIRROR

Anirudha Kund

Classics

3  

Anirudha Kund

Classics

ନୀଳାଚଳ ନିଧି

ନୀଳାଚଳ ନିଧି

1 min
208


ଶୂନ୍ୟ ମହାଶୂନ୍ଯ ଅନନ୍ତ ଗରଭ 

   ଅଖିଳ ବ୍ରହ୍ମାଣ୍ଡ ନୀଳ 

ଅଥଳ ସାଗର ଲହରୀର ମାଳ

   ନୀଳ ମହୋଦଧି ଜଳ ।


ନୀଳାଚଳ ନିଧି ନୀଳ ଦେହେ ବାନ୍ଧି

  ନୀଳ ମୟୁରର ଚୁଳ 

 ତା ନୀଳ ଶରୀର ପିନ୍ଧି ନୀଳାମ୍ବର

  ଦିଶେ ଭାରି ନୀଳ ନୀଳ

 ନୀଳ ନିର୍ବିକାର ନୀଳ କଲେବର

  ଲାଗଇ ସେ ନୀଳୋତ୍ପଳ ।

    

ସବୁ ନୀଳ ତଳେ ସେ ନୀଳ ଶଇଳେ

   ଅସୀମ ଆକାଶ ନୀଳ

ପରଂ ବ୍ରହ୍ମ ହୋଇ ଦାରୁ ଦେହ ବହି

  ନୀଳଜଗା କରେ ଖେଳ

ନୀଳ ଚକ୍ର ତଳେ ରଖ ଆଢୁଆଳେ 

  ହୋଇଲେ ବାହୁଡା଼ ବେଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics