STORYMIRROR

Shantilata Rath

Classics

3  

Shantilata Rath

Classics

ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ

ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ

1 min
198


ଆସ ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ 

ଦେଖିଲେ ମୋ ବନ୍ଧୁ କେତେ ଖୁସି ହୋଇବ

ଆସ ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ 

ମୋ ବନ୍ଧୁ ଘରକୁ ଗଲେ ମିଠା ଦରକାର ନାହିଁ 

ଖାଲି ହାତେ ଗଲେ ବନ୍ଧୁ ବହୁତ ଖୁସି ହୁଅଇ

ଲୋଡା ଖାଲି ହୃଦୟରେ ଟିକିଏ ଭାବ 

ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।

ଏମିତି ସେମିତି ବନ୍ଧୁ କରିନି ମୁଁ ଜାଣି ଥିବ

ଜଗତର ବନ୍ଧୁ ସିଏ ଅଟନ୍ତି ଭକ୍ତ ବାନ୍ଧବ 

ବିପଦ ପଡିଲେ ହାତ ବଢାଇ ଦେବ

ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ 

ଶ୍ରୀକ୍ଷେତ୍ରେ ବନ୍ଧୁ ବାନ୍ଧିଛି କାଳିଆ ବଳିଆ ଘରେ 

ନୀଳାଚଳେ ବସିଛନ୍ତି ରତନ ସିଂହାସନରେ 

ଭକତିରେ ଡାକିଦେଲେ କୋଳେଇ ନେବ

ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।

ଧନ ଚାହେଁ ନାହିଁ କେବେ ସବୁଠାରୁ ଧନୀ ସିଏ 

ଲକ୍ଷ ଲକ୍ଷ ଭକତଙ୍କୁ ନିତି ଖାଇବାକୁ ଦିଏ

ମୋ ବନ୍ଧୁ ପରି ଦୟାଳୁ କିଏ ହୋଇବ

ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।

ତୁମକୁ ସେ ଦେଖିଦେଲେ ମୁରୁକି ମୁରୁକି ହସି 

କରୁଣା ହାତ ବଢାଇ ଦେବରେ ଦୟା ପରଷି

ଅନ୍ତର୍ଯ୍ୟାମୀ ସିଏ ସବୁ ଜାଣିପାରିବ

ଜାଣିପାରିବଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics