ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ
ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ
ଆସ ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ
ଦେଖିଲେ ମୋ ବନ୍ଧୁ କେତେ ଖୁସି ହୋଇବ
ଆସ ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ
ମୋ ବନ୍ଧୁ ଘରକୁ ଗଲେ ମିଠା ଦରକାର ନାହିଁ
ଖାଲି ହାତେ ଗଲେ ବନ୍ଧୁ ବହୁତ ଖୁସି ହୁଅଇ
ଲୋଡା ଖାଲି ହୃଦୟରେ ଟିକିଏ ଭାବ
ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।
ଏମିତି ସେମିତି ବନ୍ଧୁ କରିନି ମୁଁ ଜାଣି ଥିବ
ଜଗତର ବନ୍ଧୁ ସିଏ ଅଟନ୍ତି ଭକ୍ତ ବାନ୍ଧବ
ବିପଦ ପଡିଲେ ହାତ ବଢାଇ ଦେବ
ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ
ଶ୍ରୀକ୍ଷେତ୍ରେ ବନ୍ଧୁ ବାନ୍ଧିଛି କାଳିଆ ବଳିଆ ଘରେ
ନୀଳାଚଳେ ବସିଛନ୍ତି ରତନ ସିଂହାସନରେ
ଭକତିରେ ଡାକିଦେଲେ କୋଳେଇ ନେବ
ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।
ଧନ ଚାହେଁ ନାହିଁ କେବେ ସବୁଠାରୁ ଧନୀ ସିଏ
ଲକ୍ଷ ଲକ୍ଷ ଭକତଙ୍କୁ ନିତି ଖାଇବାକୁ ଦିଏ
ମୋ ବନ୍ଧୁ ପରି ଦୟାଳୁ କିଏ ହୋଇବ
ଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।
ତୁମକୁ ସେ ଦେଖିଦେଲେ ମୁରୁକି ମୁରୁକି ହସି
କରୁଣା ହାତ ବଢାଇ ଦେବରେ ଦୟା ପରଷି
ଅନ୍ତର୍ଯ୍ୟାମୀ ସିଏ ସବୁ ଜାଣିପାରିବ
ଜାଣିପାରିବଆସ,ମୋ ବନ୍ଧୁ ଘରକୁ ଥରେ ବୁଲି ଆସିବ ।
