STORYMIRROR

Shantilata Rath

Classics

3  

Shantilata Rath

Classics

ରେ ବାଇମନ

ରେ ବାଇମନ

1 min
217

ରେ ବାଇମନ,ଭଜିବୁ ସଦା କୃଷ୍ଣ ନାମ 

ସକାଳ ସଞ୍ଜବେଳେ,ଡାକିବୁ ଭକତିରେ 

ତୋ ପାଖକୁ,ଧାଇଁବେ ସେ ଜଗମୋହନରେ ବାଇମନ,

ଏମିତି ଠାକୁର କେବେ ଦେଖିଛୁ କାହିଁ 

ଭକତ ଠାରୁ ସେ ଖାଏ ହାତ ପତାଇ

ଭକତ ତା ଜୀବନ  ସେ ଭକତ ଜୀବନ 

ଭକତ ଦୁଃଖେ ଦୁଃଖୀ ହୁଅଇ ସେହି ଜାଣ

ଅନ୍ତର୍ଯ୍ୟାମୀ,ଚିହ୍ନିପାରେ ସବୁରି ମନରେ ବାଇମନ ,

ଭାବ ବିନୋଦିଆ ସେହି କଳାଠାକୁର 

ଭକତ ଭାବରେ ବନ୍ଧା ଦୟା ସାଗର 

ତା ପରି ବନ୍ଧୁ ନାହିଁ   ଧରା ଧାମରେ ତୋର 

କିଛି ନ ମାଗି ତୋତେ କରିବ ଆପଣାର 

ଯାଚିଦିଏ,ସମ୍ପତ୍ତି ମାନ,ସନମାନରେ ବାଇମନ ,

ଅଭିମାନେ ଯଦି କେହି ଗାଳି କରିବ 

ଗାଳି ଶୁଣି କାହ୍ନା ମୁରୁକି ହସୁଥିବ

ସଭିଙ୍କ ଗାଳି ଖାଇ   ନିରବେ ଯାଏ ସହି 

ଯେ ଯାହା ମାଗିଦେଲେ ଖୁସିରେ ସେ ଦିଅଇ

ଖାଲି ଟିକେ,କାହ୍ନାକୁ କରିବୁ ସ୍ମରଣରେ ବାଇମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics