STORYMIRROR

Shantilata Rath

Inspirational

3  

Shantilata Rath

Inspirational

କାଗଜରେ କିଛି ଅକୁହା କଥା

କାଗଜରେ କିଛି ଅକୁହା କଥା

1 min
251


ଦୂରେ ଥାଇ ତୁମେ ଜାଣ ଏହି କଥା 

      ସତ ମୁଁ ଯାହା କହୁଛି 

ହୃଦୟର ସବୁ ଅଲିଭା କଥାକୁ 

     କାଗଜେ ଲେଖି ଦେଉଛି ।

ପୂର୍ବ ଜନମର ସ୍ନେହ ସମ୍ପର୍କ କି

    ବାକି କିଛି ରହିଥିଲା

ଏ ଜନମେ ତାହା ପୂରଣ ହେବାକୁ 

    ପ୍ରଭୁଙ୍କର ଇଛାଥିଲା ।

ତୁମ ଅଜାଣତେ ସବୁ ସ୍ନେହ ପ୍ରେମ

    ଅଜାଡି ଦେଲି ମୁଁ ମୋର 

ଦିନୁ ଦିନ ତୁମେ ଲାଗିଲ ହେ ତୁମେ 

   ଆପଣାର ଆପଣାର ।

ମନ କଥା ମନେ ରଖି ଚାଲୁଥିଲି

ଦିନ ପରେ ବର୍ଷ ମାସ

ଆଖି ପୁରାଇ ମୁଁ ଦେଖିଲେ ତୁମକୁ 

    ମନରେ ଉକୁଟେ ହସ ।

କେବେ ଦେଖାହେବ ଅଜଣା ଆବେଗ

     ହୃଦ ଆନ୍ଦୋଳିତ ହୁଏ 

ମନ ଶାନ୍ତ ହୁଏ ପର ମୁହୂର୍ତ୍ତରେ 

     ପୁଣି ଯେବେ ଦେଖାହୁଏ ।

ଯେବେ ଦୂରେଇଲ ମୋ ମନରେ ଏକ

ଶକ୍ତ ଆଘାତ ଲାଗିଲା 

ଏବେ ବି ଭୁଲିନି ସେ ଦୁଃଖର ସ୍ମୃତି 

ସବୁଦିନ ରହିଗଲା ।

ତୁମେ ଗଲା ପରେ ନିରବରେ ଖାଲି 

ଗଡାଉଥାଏ ମୁଁ ଲୁହ 

କାହାକୁ କହିବି କିଏ ଦେଖିଥାନ୍ତା 

ହୃଦର ଅଜଣା କୋହ ।



Rate this content
Log in

Similar oriya poem from Inspirational