STORYMIRROR

Jayashree Das

Inspirational

3  

Jayashree Das

Inspirational

ନବବର୍ଷ 2023

ନବବର୍ଷ 2023

1 min
197

ଆସିଛି ନୂତନ ସକାଳ ସାଥିରେ 

 ନୂଆ ବରଷଟା ଆଜି 

ମନରେ ଜାଗିଛି ଆଶlର ଉଲ୍ଲାସ  

 ଲୋହିତ କିରଣେ ଭିଜି 


ବଧେଇ ଦେଉଛି ନବ ବରଷରେ 

  ଜଣାଏ ଅଭିନନ୍ଦନ 

 ଆଶା ଅଭିଳାଷl ପୁରି ଯାଉ ତୁମ 

  ଆନନ୍ଦେ କଟୁ ଜୀବନ 


ସମୟ ସୁଅରେ ପତର ପରାଏ

  ଦୁଃଖ ସବୁ ଭାସିଯାଉ 

ଜୀବନ ବେଳାରେ ସୁଖର ଜୁଆର 

  ଦୁଇ କୂଳ ଲଂଘୁ ଥାଉ 


ମନରେ ମମତା ହୃଦୟରେ ସ୍ନେହ 

  ଓଠରେ ମଧୁର ହସ 

ସବୁରି ପ୍ରାଣରେ ଦୟା ଭାବ ଭରୁ 

  ତେଇଶି ନୂଆ ବରଷ 


ମୁକୁଳା ପ୍ରାଣର ବାଲୁକା ଶେଯରେ 

  ସ୍ନେହ ମନ୍ଦାକିନୀ ବହୁ 

ମଧୁର ବଚନ ସାଗର ତରଙ୍ଗେ 

  ସବୁରି ମନକୁ ମୋହୁ 


ଅଞ୍ଜଳିରେ ଭରୁ ପ୍ରୀତିର ସୁମନ 

  ଆଖିରେ ସଫଳ ସ୍ୱପ୍ନ 

ମହ ମହ ବାସୁ ହୃଦୟ ତନ୍ତ୍ରୀରେ 

  ମନଫୁଲ ସହ ଜହ୍ନ 


ମନ ଆକାଶରେ ନୀଳିମା ବୁକୁରେ 

  ପୁନେଇଁ ଜହ୍ନଟା ହସୁ 

ଜୋଛନାରେ ଭିଜି ସବୁରି ଜୀବନେ 

  ପାରିଜାତ ଫୁଲ ବର୍ଷୁ 


ଯନ୍ତ୍ରଣା ବିଷାଦ ଅପସରି ଯାଉ 

  ଦୁନିଆ ବଡ଼ ଦାଣ୍ଡରୁ 

ମହ ମହ ବାସୁ ତୁଳସୀ ଚନ୍ଦନ 

  କାଳିଆ ଆଶୀଷ ଝରୁ  


ହେଉ ସର୍ବ ଶୁଭ ସମଗ୍ର ବିଶ୍ୱର 

 ଭାଇଚାରା ଦୃଢ଼ ହେଉ 

ସ୍ନେହର ଫଲ୍ଗୁ ସବୁ ବାଧା ଭାଙ୍ଗି 

 ଆମ ଜୀବନରେ ବୋହୁଥାଉ 



Rate this content
Log in

Similar oriya poem from Inspirational