STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଗୌରାଙ୍ଗ ସୁନ୍ଦର

ଗୌରାଙ୍ଗ ସୁନ୍ଦର

1 min
167

ଗୌରାଙ୍ଗ ସୁନ୍ଦର ପ୍ରବେଶ ନଗର

ସଙ୍ଗେ ଛନ୍ତି ନିତ୍ୟାନନ୍ଦ 

ଭଜ ବନମାଳୀ ଜଗାଇ ମାଧାଇ

ଜୟ ଶ୍ରୀରାଧାଗୋବିନ୍ଦ ।


ପୁଲକିତ ମନେ ନାଚିବା ଗାଇବା

ମଗନ ହେବା ତଲ୍ଲୀନ

କୃଷ୍ଣ ନାମ ଏକା ଭବତରଙ୍ଗିଣୀ

ଧରିବା ପ୍ରଭୁଙ୍କ ନାମ

ଜୟ ହରେକୃଷ୍ଣ ଜ୍ଞାନ ହରେରାମ 

ହରେକୃଷ୍ଣ ହରେରାମ ।


ଗୋବିନ୍ଦ ଗୋପାଳ କେଶବ ମାଧବ

କୃପାଳୁ ମଧୁସୂଦନ

ଝରଇ ନାମରୁ ପ୍ରେମ ସୁଧାମୃତ

ପତିତପାବନ କୃଷ୍ଣ 

ସଙ୍କୀର୍ତ୍ତନ ସୁରେ ଭଜ ବାଇମନ

ଗୋବିନ୍ଦ ପରମାନନ୍ଦ ।


ଉଛୁଳୁ ପରାଣ ଗଗନ ପବନ

ନଗର ପୁର ସୁଗ୍ରାମ

ହରି ନାମ ଯଜ୍ଞେ ସିଦ୍ଧି ଚଉବର୍ଗ

ଗତି ମୁକ୍ତି ପୂର୍ଣ୍ଣକାମ

ଧ୍ୟାୟେ ପାଦପଦ୍ମ ଗୌରାଙ୍ଗ ସୁନ୍ଦର 

ଭରତ ମୁଢ ଅଜ୍ଞାନ ।

 ----



Rate this content
Log in

Similar oriya poem from Inspirational