STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଭିଶପ୍ତ ଜୀବନ ଭୋଗେ ନିର୍ବାସନ

ଅଭିଶପ୍ତ ଜୀବନ ଭୋଗେ ନିର୍ବାସନ

1 min
174

ଜୀବନର ଅପରାହ୍ନେ ଏ ଦୁଃଖ ଯାତନା

ସାଇତା ହୁଅଇ ହୃଦେ କହି କେ ପାରେନା

ସବୁ କିଛି ସପନ ଯେ ସତ କି ହୁଏନା

କେତେ ମିଠାକଥା ଶୁଣେ ପରୋକ୍ଷେ ବାହାନା

ମୋର ଭାଗ୍ୟ ବିଡମ୍ବନା ମୋର ଆତ୍ମଗର୍ବ ସିନା

ବୁଝେ ନାହିଁ ଶାନ୍ତି ମୂଲ୍ୟ ଵିତ୍ତେ ପରାଧୀନା ।୧।


ହୃଦୟ କାନ୍ଦୁଛି ମୋର ଗୁମୁରି ଗୁମୁରି

ମୁହଁ ଆଣ୍ଟ କରି ସିନା ମାରେ ବାହାଦୂରୀ

ନିର୍ଜନ ଦ୍ଵୀପରେ ବନ୍ଦୀ ଜୀବନଟା ପରି

ନିସଙ୍ଗେ ଜୀବନ ଏକା ଏକା ଯାଏ ସରି

ନାହିଁ ପିଲା ପରିବାରି ଅବା ସାଥୀ ସହଚରୀ

ଚାରି କାନ୍ଥ ଘେରା ସାଥୀ ନିର୍ଜନ କୋଠରି ।୨।


ଚାଲିବାର ଶକ୍ତି ନାହିଁ ଖୋଜୁଛି ଆସରା

ଆଶ୍ରା କରିଥିଲି ଯାକୁ କଥାରେ ସାହାରା

ରୁଟିନ ବନ୍ଧା ଜୀବନେ ଚାକିରିର ଭାରା

ପୁରୁଣା ସମ୍ପର୍କ ତୁଚ୍ଛ ନୂଆ ଦିଶେ ତୋରା

ସାଥେ ପିଲାଛୁଆ ପରା ତା ଶଶୁର ଘରବାଲା

ଏଠି ପୁଣି ବାପା ମାଆ ଖୋଜନ୍ତି ଆସରା ।୩।


ଅଭିଶପ୍ତ ଏ ଜୀବନ ପାଏ ନିର୍ବାସନ

ଦୂର ମରୀଚିକା ସମ ସ୍ଵଜନଙ୍କ ପ୍ରେମ

ରାସ୍ତା ଘାଟେ ଦେଖିଦେଲେ ଟିକି ଟିକି ପିଲା

ଫାଟି ଯାଏ ହୃଦୟଟା ହୁଏ କୋହ ଭରା

ଥାଆନ୍ତେ କି ପାଶେ ମୋର ରକ୍ତେ ଗଢା ପରିବାର

ନାତି କି ନାତୁଣୀ ପାନ୍ତି ସୁଖ ମୁଁ ଅପାର ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational