STORYMIRROR

Rabin Mohapatra

Inspirational

4  

Rabin Mohapatra

Inspirational

ନୀଳ

ନୀଳ

1 min
67


ଓଁ ନୀଳ ଜୀମୂତ ବିଶ୍ଵରୂପୀ

ନୀଳ ଜଳଦ ତନୁ କାନ୍ତୀ

ନୀଳକାନ୍ତୀ ତେଜୋମୟ

ଇନ୍ଦ୍ରନୀଳ ମଣୀମୟ

କଟିରେ ପିତ ନୀଳକାଚ୍ଛ

ଶ୍ୟାମସୁନ୍ଦର ନୀଳବର୍ଣ୍ଣ

ନୀଳବରଣ ରାମକୃଷ୍ଣ

ନୀଳ ଉଲ୍ଲୋଳ କେଶଗୁଚ୍ଛ

ନୀଳ ଚନ୍ଦ୍ରିକା ମୟୁର ପୁଚ୍ଛ

ନୀଳ ଆଙ୍ଗୁଳି ବେଣୁ ରନ୍ଧ୍ରେ

ନୀଳକାଳିନ୍ଦୀ ବିଷ ନୀଳ

କ୍ଷୀରକଣିକା ନୀଳଦେହେ

ନୀଳକୁନ୍ତଳ ଚାରୁମୁଖ

କର୍ଣ୍ଣ ରେ ନୀଳ ଉତ୍ପଳ

କଟି ଦୁକୂଳ ନିଳାମ୍ବର

ଶ୍ରୀନୀଳ ନୀଳ ନିର୍ବିକାର

ନୀଳଶରୀର ଚାରି କର

ନୀଳ ସୁନ୍ଦର ରୂପ ଘନନୀଳ

ନିର୍ମଳ ବସ୍ତ୍ର ପୀତନୀଳ

ନୀଳକମଳ ମାଳ ଗଳେ

ନୀଳବସନ ଅନୁପମ

ନୀଳ ଗୋତ୍ରାଧିପତି

ନୀଳ ନୃସିଂହ ନୀଳ ଘଟପଟ

ଝଲମଲ ନୀଳମର୍କତ ତନୁ

ନୀଳବର୍ଣ୍ଣ ପାର୍ବଣ ନୀଳଜ୍ୟୋତି

ନୀଳଚାନ୍ଦିନୀ ଜ୍ୟୋତି

ନୀଳ ଶୋଭିତ ସୁଦର୍ଶନ

ନୀଳନାଭି ନବକଳେବର

ଚନ୍ଦନ ଚର୍ଚ୍ଚିତ ନୀଳକଳେବର

ନୀଳାମ୍ଭୂ ଜଳଧି ମହୋଦଧି

ତଟ ନୀଳଶୈଳ ନୀଳ ଚତୁର୍ଭୁଜ

ନୀଳାଚଳ ପତି ନୀଳସୂକ୍ତ

ନୀଳାମ୍ବର ସାନୁଜ ନୀଳାଦ୍ରୀଶ

ନୀଳାଚଳ କ୍ଷେତ୍ର ନୀଳାଦ୍ରୀ

ନୀଳସୁନ୍ଦର ପର୍ବତ

ନୀଳ କଳ୍ପବଟେ

ନୀଳପ୍ରସ୍ତର ବିଗ୍ରହରୂପ

ଘନନୀଳ ନୀଳମାଧବ

ନୀଳକନ୍ଦରାନନ୍ଦ ପୁରୁଷୋତ୍ତମ

ନୀଳାଦ୍ରୀ ବିହାରୀ ନୀଳାଦ୍ରୀନାଥ

ସୁଶୋଭିତ ନୀଳଚକ୍ର

ଆକାଶ ଶୋଭିତ ନୀଳ

ମେଘମାଳ ଅରୂପ ସ୍ଵଭାବ

ନୀଳମେଘ ରେ ବିଜୁଳି

ନୀଳ ନିର୍ବିକାର ଜଗନ୍ନାଥସ୍ୱାମୀ

  ନୟନପଥଗାମୀ

  ଭବତୁମେ...


***


(ପ୍ରିୟ ପାଠକ ବନ୍ଧୁ

'ଓଁ' ରୁ ଆରମ୍ଭ 'ବିନ୍ଦୁ' ରେ ଶେଷ. ଛନ୍ଦବିହୀନ କବିତା ଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିନା ବାଧା ରେ ପଢିବାକୁ ଅନୁରୋଧ କରୁଛି. ଶବ୍ଦ,ସ୍ପର୍ଶ,ରୂପ ଆଉ ରସ ଈଶ୍ୱରଙ୍କର,ମୁଁ ନିମିତ୍ତ ମାତ୍ର. ଆପଣମାନଙ୍କ ମତାମତ ଅପେକ୍ଷା ରେ....)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational