STORYMIRROR

Rabin Mohapatra

Inspirational

3  

Rabin Mohapatra

Inspirational

●● ତକ୍ଷକ●●

●● ତକ୍ଷକ●●

2 mins
65

ଶିବିରରେ ଚିନ୍ତାମଗ୍ନ ଅଙ୍ଗରାଜ କର୍ଣ୍ଣ

ନୈରାଶ୍ୟ ମୁଖମଣ୍ଡଳ

  କଳାବାଦଲ ଆଚ୍ଛନ୍ନ

ଧନୁର୍ଦ୍ଧାରି କୌନ୍ତେୟ ସେ

  ମଧ୍ୟମ ପାଣ୍ଡବ

ବିଭୀଷିକା ଯୁଦ୍ଧର ସେ

  ପ୍ରଳୟ ତାଣ୍ଡବ

ଭୟଙ୍କର ସଂଘର୍ଷର

  କାଲି ହେବ ଅନ୍ତ

କାହା ବକ୍ଷୂ ବହିଯିବ

   ଧରଣୀରେ ରକ୍ତ


ଛଦ୍ମବେଶୀ ରୂପରେ ପଶନ୍ତି ବ୍ରାହ୍ମଣ

କିଏ ତୁମେ ସନ୍ଦେହ ରେ

  ପଚାରନ୍ତି କର୍ଣ୍ଣ

ସହସ୍ର ସର୍ପର ବିଷ ମୋ

  ଦେହେ ପ୍ରବାହିତ

କ୍ଷଣିକ ରେ ଭସ୍ମ କରେ

  ମହାମେରୁ ମୁଁ ତୁରିତ

ଅର୍ଜୁନ ର ଶତ୍ରୁ ମୁଁ ଯେ

  ଇନ୍ଦ୍ରଙ୍କର ମିତ୍ର

ଖାଣ୍ଡବ ବନର ରାଜା

  ନାଁ ମୋ ତକ୍ଷକ ।


  ଲକ୍ଷ ଲକ୍ଷ ବୃକ୍ଷ ମେଳେ

    ଥିଲା ମୋ ଖାଣ୍ଡବ

  କୋଟି କୋଟି ସର୍ପ ଥିଲେ

    ମୋ ବନ୍ଧୁବାନ୍ଧବ

  ନିମିଷକେ ଜଳିଥିଲା

    କୋପେ ଅଗ୍ନିଦେବ

 ଦୁଖ ଦେଖି ଦେବରାଜ

    କରିଥିଲେ ବୃଷ୍ଟିପାତ

 ଅର୍ଜୁନର ଶରବୃଷ୍ଟି 

    କରେ ପ୍ରତିରୋଧ

ସହସ୍ର ତୀର ରେ କଲା

    ଅଗ୍ନି କୁ ଆଚ୍ଛାଦ

ବୃଥାଗଲା ଇନ୍ଦ୍ରର ସେ

   ଭରା ବୃଷ୍ଟିପାତ

ଅନଳ ଝାସ ରେ ମଲେ

   ମୋ ବନ୍ଧୁବାନ୍ଧବ

ପଳାୟନ ପ୍ରତିଶୋଧ

   ହେଇନାହିଁ ନିର୍ବାପିତ

ଆସିଛି ମୁଁ କରିବି ଏ

  ଯୁଦ୍ଧ ର ସମାପ୍ତ

ତୁଣୀ ରେ ଆଶ୍ରୟ ଦିଅ

   ଭିକ୍ଷା ମାଗୁଛି ତକ୍ଷକ ।


ଭାଳେଣି ପଡିବ ଯେବେ

 ଆହେ ବଶୁଷେଣ

ତୁଣୀ ରେ ମୁଁ ଥିବି ତୁମ

 କରିବ କ୍ଷେପଣ

ଭୟଙ୍କର ଯୁଦ୍ଧବେଳେ

 ଶର ର ବିକ୍ଷେପ

ବିକ୍ଷେପିଵ ତୁମେ ମୋତେ

 ହେବି ତୁଣୀ ରୁ ନିର୍ଗତ

ପ୍ରସାରିତ କରି ଫଣା

 ଯିବି ମୁଁ ତୁରିତ

ପାର୍ଥ ସାଥେ ଭକ୍ଷୀବି

 ମୁଁ ରଥ ନନ୍ଦିଘୋଷ

ନିମିଷକେ ଗିଳିବି ମୁଁ

 ଅର୍ଜୁନ ର ରଥ

ସର୍ବଶ୍ରେଷ୍ଠ ଧନୁର୍ଦ୍ଧାରି

 ହେବ ହେ ଵିଖ୍ୟାତ

ଜିତାଇବି ତୁମକୁ ମୁଁ

 କଥା ଦେଉଛି ତକ୍ଷକ ।


କୁରୁକ୍ଷେତ୍ରେ ବଡ଼ଦାଣ୍ଡେ

 ଉପବିଷ୍ଟ ନନ୍ଦିଘୋଷ

ଘୋର ଘର୍ଘର ଶବ୍ଦରେ

 ଛୁଉଁଛି ଆକାଶ

ରଥ ଉର୍ଦ୍ଧ୍ବେ ରହିଛନ୍ତି 

 ପବନ କୁମର

ସାରଥୀ ଆସନେ ପ୍ରଭୁ

 ଶ୍ରୀକୃଷ୍ଣ ଚକ୍ରଧର

ଶରଣ ରେ ବିଦ୍ୟମାନ

 ଧନୁର୍ଦ୍ଧାରି ଧନଞ୍ଜୟ

ଉର୍ଦ୍ଧ୍ବେ ଧନୁ ତୋଳି ଧରେ

 ନାଶିବାକୁ ସେ ରାଧେୟ

ଉର୍ଦ୍ଧ୍ବ ମୁଖ କରି ବାଣ ଛାଡ଼ନ୍ତି

 ବୀର କର୍ଣ୍ଣ

ସବୁ ଭେଦ ବ୍ୟର୍ଥ ହୁଏ

 ନ ମରେ ଅର୍ଜୁନ

ସୁସୁଗର୍ଜ୍ଜନ ରେ

 କମ୍ପିଯାଏ କର୍ଣ୍ଣ ତୁଣୀ

ବିକ୍ଷେପ କର ହେ ମୋତେ

 କର୍ଣ୍ଣ ଏଇକ୍ଷଣି

ଭୀଷଣ ଶରୀର ଧରି

 ତୁଣୀ ରୁ ନିର୍ଗତ

ଧନୁରୁ ବିକ୍ଷେପ ହୁଏ

  ଯାଉଛି ତକ୍ଷକ


ଦୁରୁଦେଖି ମହାବାହୁ

  କରାନ୍ତି ସତର୍କ

ପ୍ରବଳ ବେଗରେ ମାଡି

 ଆସୁଛି ତକ୍ଷକ

ଶତ ମହାମେରୁ ବଳ

 ସିନ୍ଧୁ ର ଗର୍ଜ୍ଜନ

ସହସ୍ର ଜିହ୍ଵାରୁ ବହେ

 ବିଷ ର ପବନ

ଥରିଉଠେ କୁରୁକ୍ଷେତ୍ର

 ଦୋହଲାଏ ନନ୍ଦିଘୋଷ

ପାର୍ଥ ସାଥେ ନନ୍ଦିଘୋଷ

 କରିବାକୁ ଗ୍ରାସ

ପ୍ରଭୁ ସ୍ମିତହାସ୍ୟ ଦେଖି

  ଉର୍ଦ୍ଧ୍ବେ ହନୁମନ୍ତ

ଇଙ୍ଗିତ କୁ ବୁଝି ଚାପେ

 ପାତାଳକୁ ରଥ

କ୍ଷିପ୍ର ବେଗେ ତକ୍ଷକ ଗିଳେ

 ଦେଉଳର ନେତ

ମନେ ମନେ ଭାବେ ଗ୍ରାସେ

 ରଥ ନନ୍ଦିଘୋଷ

କର୍ଣ୍ଣ ପଚାରନ୍ତେ ଭକ୍ଷୀଲୁ

 କି ନନ୍ଦିଘୋଷ

ଆନନ୍ଦ ରେ ଉଦ୍ଗାରୟୀ

 ଦେଉଳର ନେତ

ଦେଖି ନେତ ଭୟଙ୍କର

 କ୍ରୋଧେ ଥରଇ ତକ୍ଷକ ।


ଧିରେ ଧିରେ ପାତାଳରୁ

 ଉଠେ ନନ୍ଦିଘୋଷ

ଦୂରୁ ଦୃଶ୍ୟହୁଏ

 ଶଙ୍ଖ, ଚକ୍ର ,ଗଦାହସ୍ତ

ନୀଳବର୍ଣ୍ଣ ଶରୀରରେ

 ବସିଛନ୍ତି ଜଗନ୍ନାଥ

ସହସ୍ରବାହୁ ରେ

 ରଖିଛନ୍ତି ଭକ୍ତ ପାର୍ଥ

ଦୂରୁ ଦେଖି ସ୍ତୁତି

 କରନ୍ତି ଦୁଃଖେ କର୍ଣ୍ଣ

ନିଅ ପ୍ରଭୁ ଶରଣରେ

 ଧର୍ମ ରହୁ ହେ ଅକ୍ଷୁର୍ଣ୍ଣ ।


ଅର୍ଜୁନର ପୁତ୍ରବଧୂ ଉତ୍ତରାର ଗର୍ଭେ

  ବଢୁଛି ସେ ପରୀକ୍ଷିତ

 ପ୍ରତିଶୋଧ ବାକି ଅଛି

ଦଂଶିଵାକୁ ଆସିବି ଦିନେ ମୁଁ ତକ୍ଷକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational