Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabin Mohapatra

Tragedy

3  

Rabin Mohapatra

Tragedy

ଦୁଇ ପାଦ ପୁଷ୍କର

ଦୁଇ ପାଦ ପୁଷ୍କର

2 mins
60


★ଦୁଇ ପାଦ ପୁଷ୍କର★


ନିଶାର୍ଦ୍ଧରେ ରୁଦ୍ଧ କୋଠରୀର ଅନ୍ଧକାରେ

ଭୟ ଆଉ ବ୍ୟାକୁଳତା

ନିର୍ଜନ ଥିଲା ସେ ରାତି ,ଶୂନଶାନ

ବାହାର ର ଶିତଳତା

ଠକ୍ ଠକ୍ କ୍ରିୟାବାଡ଼ି ଶବ୍ଦରେ   ଜାଗ୍ରତ

ଶୁଭୁଥିଲା ଚାପାଧ୍ୱନି ମୃଦୁ କରାଘାତ

କିଏ ତୁମେ କେତେ ଜଣ ଯାଇଥିଲ

ଚାରିଜଣ ଯାଇଥିଲ କେତେଜଣ ଫେରିଲ?

ତ୍ରିଛକିରେ ଦେଇ ପିଣ୍ଡ ଛାଡ଼ିଦେଲୁ ତାକୁ

ତୀର୍ଥକରି ଗଲା ସିଏ ରହିଲୁନି ମୁହଁ ଦେଖିବାକୁ

ଚଞ୍ଚଳ ଯୋଗାଡକର ଦୀପ ହୋମ ଯଜ୍ଞର

ଫୁଲହାର ଗୁନ୍ଥିଦିଅ ଶହେ ଆଠ ମନ୍ଦାର

ଗ୍ରହଶାନ୍ତି ଗୃହଶାନ୍ତି ନଜର ଛଡେଇବା ଆତ୍ମାର

ଗୃହକୁ ବିପତ୍ତି ଅଛି ଲଗେଇଦେଇ ଗଲା ପ୍ରେତ

    ଦୁଇ ପାଦ ପୁଷ୍କର..


ମୃତ୍ୟୁଦ୍ୱାରେ ଉପସ୍ଥିତ ଆତ୍ମୀୟ ସ୍ଵଜନ

ଘେରି ରହିଛନ୍ତି ପାଖେ ଯମ ନେବ ପ୍ରାଣ

ତୁଳସୀ ପାଣି ,ଗୀତା ଭାଗବତ ପୁରାଣ

ଦାନପାଇଁ ଛୁଆଁ ହୁଏ ବସ୍ତ୍ର ମାଟି ଓ ସୁବର୍ଣ୍ଣ

କ୍ଷଣକରେ ପାଲଟିଲା ଆତ୍ମା ଗଲା ପରେ ପ୍ରାଣ

ଭୁଲିଗଲେ କ୍ଷଣପୁର୍ବେ ଥିଲା ଅତି ସେ ନିଜ଼ର

ପ୍ରେତ ଆଖ୍ୟା ଦିଆଯାଏ ସେ ହେଇଗଲା ପର

ଟାଣିଘୋଷାରି ନିଅନ୍ତି ଯେମିତି କିଛି ନୁହେଁ ତାର

ନିଜ ଲୋକ ଛୁଇଁବାକୁ ମନା, ଅହେତୁକ 

ଆତ୍ମାର ଡର

ଭୟାତୁର ଅତ୍ମୀୟସ୍ଵଜନ ,ଭାଇବନ୍ଧୁ

ସଖାସହୋଦର

ଶ୍ମଶାନରେ ଚାଲେ ଶବଦାହ, ହୁଏ ପ୍ରେତକର୍ମ

ଖପରା ରେ ଖାଇବାକୁ ଦିଅ, ବାଢିଦିଅ ଭୂମିପର

କେମିତିକା ନିୟମ ଏ ଆତ୍ମା କୁ ତୁମେ ବନ୍ଦୀକର

ଚାପାଗୁଞ୍ଜରଣ ଶୁଭେ ଭଲଲୋକ ଥିଲା ପରା

କେମିତି ପୁଣି ଲାଗିଗଲା... ଦୁଇ ପାଦ ପୁଷ୍କର


ଦେହରୁ ନିଗାଡ଼ି ରକ୍ତ ପୋତିଥିଲା ଖୁମ୍ବ

ମାଟିରେ ଝାଳ ମିଶାଇ ଦେଇଥିଲା ରଙ୍ଗ

କାନ୍ଥ ଦେଇଥିଲା ହାଡ ମାଂସ କଙ୍କାଳ ର

କେତେ ପଡି ଉଠି ସିଏ ତୋଳିଥିଲା ଘର

ସିଏ ଥିଲା ଆମ ପାଇଁ ଚଳନ୍ତି ଈଶ୍ୱର

କ୍ଷଣକରେ କାଢ଼ିନେଲ ଟିକକ ପିନ୍ଧାବସ୍ତ୍ର

ଶୋଇଦେଲ ମଶିଣାରେ ଘୋଡେଇ ଶୁଭ୍ରବସ୍ତ୍ର

ତ୍ରିଛକି କେନ୍ଦୁକାଠେ ଘଟ ମଧ୍ୟେ ରଖି ଜଳ

ଟୋପେ ଟୋପେ ଦଶଦିନ ଯାଏଁ ତା ଆହାର

ଖପରା ରେ ଦେଲ ଅନ୍ନ ନିଜେ ଖାଇ ଦଶଦିନ

ଦଗ୍ଧହାଣ୍ଡି ଭାଙ୍ଗି, କ୍ଷୌର ଆଉ ଲଣ୍ଡିତ ମସ୍ତକ

ପିଣ୍ଡ ବାଢ଼ି ତିଳ ତର୍ପଣ ରେ କଲ ଯେ ସନ୍ତୁଷ୍ଟ

ଦାନ ବ୍ରାହ୍ମଣର ହସ୍ତେ ଗୋରୁ,ଭୂମି ଓ ସୁବର୍ଣ୍ଣ

ଦଶଦିନ କ୍ରିୟାକର୍ମ ଦେଇ ପିଣ୍ଡଦାନ

କେମିତିକା ନିୟମ ଏ କେମିତି ଏ ସଂସାର

ତଥାପି ସନ୍ତୁଷ୍ଟ ନୁହେଁ ମାରି ଆଉ ଏକ ମୋହର

ଆତ୍ମା ହେବ ଅସନ୍ତୁଷ୍ଟ ଯଦି ନଛଡାଅ

         ଦୁଇ ପାଦ ପୁଷ୍କର..


ଅଖଣ୍ଡ ଦୀପ ସାଥେ ପାଳନିଆଁ ଧୂଆଁ ର 

ବାଲିଶଯ୍ୟାପରେ ଦୀପ ଘୋଡାଇ ଘଟ ଉପର

ସ୍ପଷ୍ଟ ଚିହ୍ନ ବାରିପଡ଼େ ପଦ୍ମପାଦ,ଶଙ୍ଖଚକ୍ର ବିମାନର

ଆତ୍ମହରା ହୁଅ ତୁମେ ଗଲା ଆତ୍ମା ସ୍ୱର୍ଗପୁର

ନିଆଁ ଧୂଆଁ ଯଜ୍ଞ ହୋମ ଚାଲେ ପୂଜାମନ୍ତ୍ର

ନିଶାର୍ଦ୍ଧରେ ପୂଜା ଚାଲେ ବିତାଡିତ ପ୍ରେତାତ୍ମାର

ଗୋଟି ଗୋଟି ଫୁଲ ପୋଡିଯାଏ ମନ୍ଦାର ର

ହୋମଧୁଆଁ ପଶେ ଘର ଚାରିକଣ ପାଏ ସେ ନିସ୍ତାର

ଶାନ୍ତି ଶାନ୍ତି ଗୃହଶାନ୍ତି ହେଲା ଚାରିପୁର

ତା' ଘରୁ ତାକୁ ତଡି ହେଲା ଜୟଜୟ କାର

ପାରିଲକି ତାକୁ ତଡି ନିଜ ମନୁ ହେଲାକି ବାହାର

କ୍ଷଣେ କ୍ଷଣେ ତା ଆତ୍ମା ଘର କରିଛି ତୁମ ଶରୀର

ମନରୁ ତଡିବା ପାଇଁ କର କିଛି ନୂଆ ପ୍ରତିକାର

ଚେଷ୍ଟା ତୁମ ବୃଥା ଗଲା କରି କେତେ ମିଥ୍ୟା ଉପଚାର

ଅଛି କି ନିୟମ କିଛି ବିତାଡିତ ହେବେ ମୋ ଈଶ୍ୱର

ହୃଦୟରେ ଲାଗିଛି ଆଜି ଦୁଇ ନୁହେଁ

       ଦଶ ପାଦ ପୁଷ୍କର.....


     

(ପ୍ରିୟ ପାଠକ ବନ୍ଧୁ,

ଆତ୍ମାର ମୃତ୍ୟୁ ନାହିଁ, ସେ ଆମ ହୃଦୟର ପ୍ରତି ଅଂଶରେ ଅବସ୍ଥିତ, ଯେତେ ମିଥ୍ୟା ସଂସ୍କାର ଅଛି ସବୁ ପ୍ରୟୋଗ କଲେ ମଧ୍ୟ ସେ ଆମ ହୃଦୟକୁ ଛାଡି କେଭେ ବି ଯିବେନି,କାରଣ ସେ ଆମକୁ ପ୍ରକୃତ ରେ ଭଲ ପାଆନ୍ତି, ଆଶୀର୍ବାଦ ର ହାତ ସବୁବେଳେ ଆମ ଉପରେ. ଆପଣମାନଙ୍କୁ କେମିତି ଲାଗିଲା ମତାମତ ଅପେକ୍ଷା ରେ..)


Rate this content
Log in

Similar oriya poem from Tragedy